ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆବୁଲୁପୁରା ଗ୍ରାମରେ ନବ ନିର୍ମିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୫୦ ବର୍ଷ ପୂର୍ବେ ଗ୍ରାମରେ ପ୍ରଭୁ ଶ୍ରୀଜଗନ୍ନାଥ ପୂଜା ପାଇ ଆସୁଥିଲେ ମଧ୍ୟ ଠାକୁରଙ୍କ ପାଇଁ ମନ୍ଦିରଟିଏ ନଥିଲା। ଏକ ଝାଟିମାଟି ଚାଳଘରେ ଠାକୁରଙ୍କୁ ରଖାଯାଇ ପୂଜା କରାଯାଉଥିଲା। ଏବେ ଗ୍ରାମବାସୀଙ୍କ ଉଦ୍ୟମରେ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ଏହାର ପ୍ରତିଷ୍ଠା କରାଯାଇ ମହାପ୍ରଭୁଙ୍କ ନବ ନିର୍ମିତ ବିଗ୍ରହ ସ୍ଥାପନ କରାଯାଇଛି। ଏଥିରେ ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିବା ବେଳେ ଆଖପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଶୁକ୍ରବାର ଦିନ କଳାଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚନା କରାଯାଇଥିଲା। ପଣ୍ତିତ ସୁରେନ୍ଦ୍ର ପଣ୍ଡା,ତପନ କୁମାର ନନ୍ଦ ,ସୁରେଶ କୁମାର ପଣ୍ଡା, ପୁରୁଷୋତ୍ତମ ମିଶ୍ର ପ୍ରମୁଖ ବେଦମନ୍ତ୍ର ଧ୍ୱନିରେ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହଙ୍କୁ ଜୀବନ୍ୟାସ ଦିଆଯାଇଥିଲା। ବିଶ୍ଵକର୍ମା ସୁଶାନ୍ତ ବିନ୍ଧାଣି,ଉମାକାନ୍ତ  ବିନ୍ଧାଣି, ଦଇତାରୀ ଓଝାଙ୍କ ଦ୍ୱାରା ବିଗ୍ରହ ନିର୍ମାଣ କରାଯାଇଥିଲା।  କର୍ତ୍ତା ଭାବେ ବଳରାମ ସେନାପତି, ଶୈଳେନ୍ଦ୍ର ସେନାପତି, ଦିଲ୍ଲୀପ କୁମାର ମଲ୍ଲିକ , ମନିଷା ରାଣୀ ସାହୁ , ଝରଣା ନାୟକ, ବିକ୍ରମ କେଶରୀ ନାୟକ, ରାଜେନ୍ଦ୍ର ଦାସ, ନବକିଶୋର ଦାସ, ଲମ୍ବୋଦର ନାୟକ, ପଦ୍ମନାଭ ନାୟକ , ସେବତୀ ନାୟକ,ସଞ୍ଜୟ ଜେନା, ସୁବାଷ ଜେନା, ଆକାଶ ଜେନା, ଦୀପ୍ତିରେଖା ନାୟକ, ଯଶୋଦା ନାୟକ, ରବିଲତା ଜେନା ,ମୋନାଲିସା ଜେନାଙ୍କ ସମେତ ଅନେକ ଗ୍ରାମବାସୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ