ଜମିଲା ଦେଢ଼ ଶହ ବର୍ଷର ମେଲଣ
କୋଣାର୍କ(ଓ୍ବାଇଏନଏସ) କୋଣାର୍କ ଥାନା ଅଧୀନ ମା’ଙ୍କରଗୋରଡି ଗ୍ରାମର ଦୁଇ ଦିନିଆ ମେଲଣ କାର୍ଯ୍ୟକ୍ରମ ଗ୍ରାମର ସାଧୁ ଗୋସେଇଁଙ୍କ ପୀଠରେ ଅନୁଷ୍ଟିତ ହୋଇଯାଇଅଛି। ଶନିବାର ସନ୍ଧ୍ୟାରେ ଜମାଣ ହୋଇଥିବା ବେଳେ ରବିବାର ମେଲଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଢ଼ଶହ ବର୍ଷରୁ ଉର୍ଦ୍ଧ ସମୟ ଧରି ଗ୍ରାମର ସାଧୁ ଗୋସେଇଁଙ୍କ ପୀଠରେ ଅନୁଷ୍ଟିତ ଏହି ମେଲଣ ପ୍ରାଚୀନ ପରମ୍ପରା , ସଂସ୍କୃତି ଓ ଗ୍ରାମର ଭାଇଚାରାର ପ୍ରତୀକ ରୂପେ ପାଳିତ ହୋଇ ଆସୁଅଛି।ଶନିବାର ଜମାଣରେ ଗ୍ରାମ ଠାକୁରାଣୀ ମା’ ସିଦ୍ଧେଶ୍ୱରୀଙ୍କ ପୀଠ ସ୍ଥଳରୁ ରୀତିନୀତି ଅନୁଯାୟୀ ଗ୍ରାମର ଆରାଧ୍ୟ ଗାଦିବ୍ରହ୍ମ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକର୍ମା କରି ମେଲଣ ସ୍ଥଳକୁ ବିଜେ କରିଥିବା ବେଳେ ଗାଦିବ୍ରହ୍ମ ଗୋସେଇଁଙ୍କ ସହ ଯୁଣେଇ ଗଡ , ନଗାମଠ , ବନାଖଣ୍ଡି ,ଭଗବତୀ ପୀଠର ଆରାଧ୍ୟ ମାନେ ବିମାନ ବିଜେ ହୋଇ ମେଲଣ ସ୍ଥଳରେ ଏକତ୍ରିତ ହୋଇଥାନ୍ତି।ସେଠାରେ ରୀତିନୀତି ଅନୁଯାୟୀ ପୂଜର୍ଚ୍ଚନା କରାଯାଇ ମେଲଣ କାର୍ଯ୍ୟ ଅନୁଷ୍ଟିତ ହୋଇଥାଏ । ଅନୁଷ୍ଟିତ ଏହି ମେଲଣ କାର୍ଯ୍ୟକ୍ରମରେ ଗ୍ରାମରେ ଦୁଇଦିନ ଧରି ସାମଜିକ ନାଟକ ଅନୁଷ୍ଟିତ ହୋଇଥାଏ। ଗ୍ରାମର ରୀତିନୀତି , ସଂସ୍କୃତି , ପରମ୍ପରା ଓ ଭାଇଚାରାକୁ ବଜାଇ ରଖିବା ପାଇଁ ସମୂହ ସଙ୍ଗତପଙ୍ଗତ କରାଯାଇଥାଏ। ଗ୍ରାମ ଅନୁଷ୍ଟିତ ଏହି ମେଲଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଗ୍ରାମର ସଭାପତି କୃଷ୍ଣ ଚନ୍ଦ୍ର ସ୍ୱାଇଁ , ସମ୍ପାଦକ କାର୍ତ୍ତିକ ପ୍ରଧାନ , ସିଲୁ ପ୍ରଧାନ , ପବିତ୍ର ଓଝା , ଦୁର୍ଗା ପ୍ରସନ୍ନ ତ୍ରପାଠୀ , ପ୍ରତାପ ସ୍ୱାଇଁ , ବିପିନି ପରିଡ଼ା , ଦିପୁନା ସ୍ୱାଇଁ , ବିକାଶ ପ୍ରଧାନ , ବାବାଜୀ ରାଉତ , ବିଜୟ ସ୍ବାଇଁଙ୍କ ସମେତ ସମସ୍ତ ଗ୍ରାମବାସୀ ମାନଙ୍କ ସହଯୋଗ ରହିଥାଏ ।


