ତହସିଲରେ ବ୍ୟାପକ ଅବ୍ୟବସ୍ଥା: ଦଲାଲ ମୁକ୍ତ କରିବାକୁ ଦାବି

ହାଟଡିହି (ଓ୍ବାଇଏନଏସ): ହାଟଡିହି ତହସିଲରେ ଦଲାଲ ରାଜ, ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ହୋଇପାରୁନି। ଛୋଟ ଛୋଟ କାମ ପାଇଁ ମାସ ମାସ ତହସିଲକୁ ଦୌଡିବାକୁ ପଡୁଛି। ଯାହାକୁ ନେଇ ଆଜି ତହସିଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ କାମ ପାଇଁ ତହସିଲକୁ ଆସିଥିବା ଶହ ଶହ ଲୋକ ଆଜି ଏହାର ପ୍ରତିବାଦ କରିଛନ୍ତି। ବିଶେଷ କରି ମ୍ୟୁଟେସନ, ଲିଗାଲହେୟାର, ନକଲ  ପାଇବାକୁ ତହସିଲକୁ ମାସ ମାସ ହେଲା ଆସୁଥିଲେ ବି ଆଜି ଆସ କାଲି ଆସ କହି ସମୟ ଗଡା଼ଉଥିବା ଅଭିଯୋଗ ହୋଇଛି। ପ୍ରତିଦିନ ସହ ସହ ଲୋକ ଆସୁଥିଲେ ବି ବାହାରେ ବସି ବସି ଘରକୁ ଫେରୁଛନ୍ତି। ବାରମ୍ବାର ତହସିଲଦାର ପରିବର୍ତନ ଯୋଗୁଁ ତହସିଲରେ ଅଚଳାବସ୍ଥା ଦେଖା ଦେଇଛି। ଦୀର୍ଘଦିନ ହେଲା ଅତିରିକ୍ତ ତହସିଲଦାର ପଦବୀ ଖଲି ପଡିଛି। ଜିଲ୍ଲାର ସର୍ବ ବୃହତ ତହସିଲ ଭାବେ ଗଣା ଯାଉଥିବା ଏହି ତହସିଲରେ ଆବଶ୍ୟକ କର୍ମଚାରୀ ଅଭାବରୁ କୌଣସି କାମ ଆଗେଇ ପାରୁନି। ଯେଉଁ ବି କିଛି କର୍ମଚାରୀ ଅଛନ୍ତି ସେମାନେ ମନ ଇଛା କାମ କରୁଥିବାରୁ ଓ ଦକ୍ଷ କର୍ମଚାରୀ ନଥିବାରୁ ଦିନକର କାମ ମାସ ମାସ ଲାଗୁଛି। କେବଳ କିଛି ଦଲାଲ ଶ୍ରେଣୀୟ ମାନଙ୍କୁ ମୋଟା ଅଙ୍କର ଟଙ୍କା ଦେଲେ ନହେବା କାମ ଅଳ୍ପ ସମୟରେ ହୋଇଯାଉଛି।  ଗିରିଗାଁ ଗ୍ରାମର ସଦାଶିବ ବାରିକଙ୍କ ଅଭିଯୋଗ ଅନୁଯାଇ ସେ ନିଜ ବାପାଙ୍କ ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ୮ମାସ ହେଲା ଦୌଡୁଥିବା ବେଳେ କାଲି ଆସ, ଦୁଇ ଦିନ ପରେ ଆସ କହି ଭୁଆଁ ବୁଲାଉ ଛନ୍ତି କିଛି କର୍ମଚାରୀ। ସେ ଏହି ଛୋଟିଆ କାମଟେ ପାଇଁ ବାରମ୍ବାର ଆସୁଥିବାରୁ ତହସିଲ ଉପରୁ ଆସ୍ଥା ହରାଇ ସାରିଲେଣି ବୋଲି କହିଛନ୍ତି। ସେହିପରି ସେହିପରି ସୋସୋ ଗ୍ରାମର ନାରାୟଣ ସାହୁ ନକଲ ଟିଏ ପାଇଁ ଆସି ୬ ଶହ ଟଙ୍କା ହାତଗୁଞ୍ଜା ଦେଇଥିଲେ ବି ଦୁଇମାସ ହେଲା ଦୌଡ଼ା କରୁଛନ୍ତି। ଆଜି ଆସିବାକୁ କହିଥିବା ବେଳେ ଆଜି ଆସିବା ବେଳକୁ ପୁଣି ୧୫ଦିନ ଲାଗିବ ବୋଲି କହୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବଞ୍ଚୋ ଗ୍ରାମର ପ୍ରଶାନ୍ତ ରାଉତ ଗୋଟେ ନକଲଟେ ପାଇଁ ଜାନୁୟାରୀ ମାସରୁ ଦୌଡୁଥିଲେ ବି ତାଙ୍କୁ ନକଲ ମିଳିପାରୁନି। ଜଣେ ବାହାର ଲୋକ ରେକର୍ଡ ରୁମରେ ପସି ଦଲାଲ କାମ କରୁଛନ୍ତି। କିଛି ଦଲାଲ  କାମ କରାଇଦେବାର  ବାହାନାରେ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ହାଟଡିହି ହାଟଡିହି ତହସିଲକୁ ଦଲାଲ ମୁକ୍ତ କରିବାକୁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ ହାଟଡିହି ତାହସିଲଦାର ସଞ୍ଜୟ କୁମାର ସାମନ୍ତରାୟଙ୍କୁ ପଚାରିବାରେ ସେ ମାତ୍ର ୮ଦିନ ହେଲା ଆସିଛନ୍ତି, ତହସିଲଦାର ନଥିବାରୁ ଅନେକ ପୁରୁଣା କାମ ପଡି ରହିଥିଲା। ସେସବୁକୁ ଧିରେ ଧିରେ କରାଯାଉଛି। ଅଳ୍ପ ଦିନ ଭିତରେ ସବୁ ସମସ୍ୟାର ସମାଧାନ କରିବାକୁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ