ମଧୁବାବୁଙ୍କ ଜୟନ୍ତୀ ପାଳିତ

ହାଟଡ଼ିହି (ଓ୍ବାଇଏନଏସ) : ଶାସଙ୍ଗ ହାଇସ୍କୁଲ ଠାରେ ହାଟଡ଼ିହି ବ୍ଳକ ସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବାଦ ସାହିତ୍ୟ ଘରର ସଭାପତି ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ରାଉତ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ  ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି, ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ, ପୂର୍ବତନ ଏବିଓ ଚତୁର୍ଭୁଜ ପହି, ଆନନ୍ଦ ଚନ୍ଦ୍ର ଓଝା, ବିଶିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ଶ୍ରୀକାନ୍ତ ପଟ୍ଟନାୟକ, ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ବ୍ୟକ୍ତି ସ୍ବାର୍ଥରୁ ଉର୍ଦ୍ଧ୍ବରେ ରହି ସାମୁହିକ ସ୍ବାର୍ଥକୁ ଗୁରୁତ୍ଵ ଦେବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ତଥା କବି ମୁରଲୀଧର ବେହେରା,  ଅନନ୍ତ ଚରଣ ମୁଦୁଲି, ହରିହର ସାମଲ, ଶିକ୍ଷକ  ଶିଶିର କୁମାର ବିଶ୍ବାଳ, ମାଧବାନନ୍ଦ ଜେନା ପ୍ରମୁଖ  ଯୋଗଦେଇ ମଧୁବାବୁଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ମାନେ ମଧ୍ୟ ମଧୁବାବୁ ଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧୁବାବୁଙ୍କ ଜୀବନାଦର୍ଶ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ପାର୍ଥ ସୌରଭ ସା, ଶିକ୍ଷକ ଶାନ୍ତନୁ କୁମାର ରାଉତ, ପ୍ରଦୀପ ସ୍ୱାଇଁ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ