ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ଅନୁଷ୍ଠିତ

ଛତ୍ରପୁର, (ଓ୍ବାଇଏନଏସ) : ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଛତ୍ରପୁର ସହରରେ ମା ‘ ବ୍ୟାଘ୍ରଦେବୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ଗତ ୨୬ ତାରିଖ  ଠାରୁ ମହା ଆଡ଼ମ୍ବର ସହକାରେ ଯାତ୍ରା ଆରମ୍ଭ ହୋଇଛି l ଏହି ଯାତ୍ରା ନବମ ଦିନ ବ୍ୟାପି ଅନୁଷ୍ଠିତ ହେବ l
ଏହି ଅବସର ରେ ମାଙ୍କ ଘଟ ପାରମ୍ପରିକ ନିୟମ ଅନୁସାରେ ଅସ୍ଥାୟୀ ମନ୍ଦିର ରୁ ବାଜା ବାଜଣା ସହିତ ବର୍ଣ୍ଣାଢ୍ୟ ଶିଭାଯାତ୍ରା ରେ ବାହାରି ଗଞ୍ଜାମ ଆରକ୍ଷୀ ଅଧିକ୍ଷିକଙ୍କ ବଙ୍ଗଳାରେ ପହଂଚିଥିଲା l ସେଠାରେ ଆରକ୍ଷୀ ଅଧିକ୍ଷିକ ଶୁଭେନ୍ଦୁ କୁମାର ପାତ୍ର ଏବଂ ତାଙ୍କ ଧର୍ମ ପତ୍ନୀ ବିପଶା ପାରୁଲ ଉପସ୍ଥିତ ରହି ମାଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି l ପରେ ମାଙ୍କ ଘଟ ଜିଲ୍ଲାପାଳଙ୍କ ଵାସଭଵନ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ତାଙ୍କ ମାଆ   ପୂଜାର୍ଚ୍ଚନା କରିଥିଲେ l ସେଠାରୁ ପୁଣି ମାଙ୍କ ଘଟ ଥାନା ପରିକ୍ରମା କରିଥିଲା l ସେଠାରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲି ଏବଂ ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ମାଙ୍କୁ ବିଭିନ୍ନ ପ୍ରକାର ପୂଜା କରିଥିଲେ l ଏହା ସହିତ ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ କୁମାର ଘଡ଼ାଇ ମଧ୍ୟ ପୂଜାର୍ଚନା କରିଥିଲେ l ପରେ ମା ଅସ୍ଥାୟୀ ମନ୍ଦିର କୁ ଫେରି ଆସିଥିଲେ l   ଆଲୋକ ସଜ୍ଜା ସହିତ ସୁନ୍ଦର ତୋରଣ ରେ ମାଙ୍କ ମନ୍ଦିର ଓ ଅସ୍ଥାୟୀ ମନ୍ଦିର  ଝଲସି ଉଠୁଛି l ଆଗାମୀ ଦିନରେ କମିଟି ପକ୍ଷରୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଓ ମିନା ବଜାର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ