ବିପୁଳ ପରିମାଣର ଦେଶୀ ମଦ ଜବତ, ୬ ଗିରଫ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଶ୍ରୀମତୀ ସ୍ବପ୍ନ।ରଣୀ ସାହୁ ଅବକାରୀ ଉପ ଅଧିକ୍ଷକ  ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ହରିହର ସିଂ ଜିଲ୍ଲା ଭ୍ରମ୍ୟମ।ଣ ନିରୀକ୍ଷକ ଓ ବାଲେଶ୍ୱର 2 ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ ଏବଂ ଏପିଆର ଫୋର୍ସ ଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରେମୁଣା ଏବଂ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦୁର୍ଗାବେବି,ଟିକିରାପଳ, ଶିଳସୁଆଁ, ରେଡ ସାହି, କସାଵଜୟପୁର, ଡାଲିଂଗିଆ ଏବଂ ଶିମିଳିପାଳ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ 155 ଲିଟର ଦେଶୀ ରନ୍ଧା ମଦ ଓ 13 ଲିଟର ବିଅର ଜବତ କରିବା ସହିତ ଭଦ୍ରସିଆ ଗ୍ରାମର ଜୟରାମ ମହାରଣା , ଶିମିଳିପାଳ ଗ୍ରାମର କଟିବାବୁ ସିଂ,ଟିକିରାପଲ ଗ୍ରାମର ରବୀନ୍ଦ୍ର ମହାଳିକ, ଶିମିଳିପାଳ ଗ୍ରାମର ପଞ୍ଚାନନ ସିଂ, କାଶବାଜୟପୁର ଗ୍ରାମର ଦମ୍ବରୁଧର ବେହେରା ଓ ଡାଲିଂଗିଆ ଗ୍ରାମର ରାମଚନ୍ଦ୍ର ସାହୁ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ବିଅର ର ଆନୁମାନିକ ମୂଲ୍ୟ 40 ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ  ଅବକାରୀ  ସହ ଉପ-ନିରୀକ୍ଷକ ଲମ୍ବୋଦର ମହାନ୍ତ ଓ କନେଷ୍ଟବଳ ନହ।ନ ମୁର୍ମୁ, ସୁନାରାମ ସୋରେନ, ପଙ୍କଜ ମହାନ୍ତି, ସୁବୀରକାନ୍ତ ବେହେରା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୦6 ଗୋଟି ମାମଲା ରୁଜ୍ଜୁ କରାଯାଇଛି ।କେସ ନଂ 35,36/26-27,ଏବଂ 22,23,24,25/26-27.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ