ସାନଭାଇର କୁରାଢ଼ୀ ଚୋଟରେ ବଡଭାଇ ଗୁରୁତର

ହାଟଡିହି (ଓ୍ବାଇଏନଏସ): ବୁଢୀମା ର ଶୁଦ୍ଧିକ୍ରିୟା କୁ ଯିବାକୁ ମନା କରିବାରୁ ବଡଭାଇକୁ କୁରାଢୀରେ ହାଣି ପକାଇଲା ସାନଭାଇ।  ଗୁରୁତର ବଡଭାଇ ଏବେ ଡାକ୍ତରଖାନାରେ  ମୃତ୍ଯୁ ସହ ସଂଗ୍ରାମ କରୁଛି। ଏପରି ଘଟଣା ଘଟିଛି  ସୋସୋ ଥାନା କଣ୍ଟିଗଡିଆ ଗାଁ ରେ। ସୂଚନା ଅନୁସାରେ ଗାଁର ଅମର ଜେନା ଖାଇ ବିଶ୍ରାମ ନେଉଥିବା ସମୟରେ ସାନ ଭାଇ  ଆକାଶ ଆସି ଘରେ ପହଁଞ୍ଚି  ବୁଢିମାର ଶୁଦ୍ଧିକ୍ରିୟା କୁ ଯିବାକୁ ବଡଭାଇକୁ ଡାକିଥିଲା ।  ହେଲେ କ୍ଳାନ୍ତି ଯୋଗୁଁ ଅମର ଯିବାକୁ ମନା କରିବା ସହିତ ଖରାପ ଭାଷାରେ ସାନଭାଇ କୁ ଗାଳି ଦେଇଥିଲା।  ଏଥିରେ ଉତ୍କ୍ଷିପ୍ତ ହୋଇ ସାନଭାଇ ଆକାଶ ହଠାତ୍ ବଡଭାଇ ଅମରକୁ ତଳେ ପକାଇ ତା କୁରାଡୀରେ ମୁଣ୍ଡ ଓ କାନ୍ଧକୁ ଚୋଟପରେ ଚୋଟ  ପକାଇଥିଲା ବୋଲି ଅମରଙ୍କ ପତ୍ନୀ ମୀନତି ଯେନା କହିଛନ୍ତି ।  ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରିବା ପରେ ପରିବାର ଲୋକେ  ତାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି  କରିଥିଲେ । ପ୍ରବଳ ରକ୍ତଶ୍ରାବ ଯୋଗୁଁ ତାଙ୍କ ଅବସ୍ତା ଅତି ଗୁରୁତର ଥିବା ଓ ପ୍ରଥମିକ ଚିକିତ୍ସାପରେ ତାଙ୍କୁ କଟକ ପଠାଯିବ  ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର।  ଏହି ଘଟଣାରେ ଡାକ୍ତରଖାନା ସୂତ୍ରରୁ ଖବରପାଇ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ