ଜଗମୋହନ ମିନା ଙ୍କୁ ମନେ ପକାଉଛନ୍ତି ଗଞ୍ଜାମ ବାସୀ
ଛତ୍ରପୁର (ଓ୍ବାଇଏନଏସ) : ୨୦୧୩ ବ୍ୟାଚ ର ଆଇପିଏସ ଅଫିସର ଜଗମୋହନ ମିନା ନିଜ କାର୍ଯ୍ୟରୁ ଇସ୍ତଫା ଦେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ସେ ଗଞ୍ଜାମ ରେ ଏସପି ଭାବେ ୨୦୨୩ ମସିହା ଜାନୁଆରୀ ମାସ ୮ ତାରିଖରୁ ୨୦୨୪ ମସିହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ l ତାଙ୍କ କାର୍ଯ୍ୟ ଦକ୍ଷତା, ଉତ୍ତମ ବ୍ୟବହାର, ଅପରାଧ ନିୟନ୍ତ୍ରଣ ର ଦକ୍ଷତା କୁ ଗଞ୍ଜାମ ପୋଲିସ ଜିଲ୍ଲା ର ସମସ୍ତ ବର୍ଗର ଲୋକେ ମନେ ପକାଉଛନ୍ତି l ଏବେ ସେ ଚାକିରିରୁ ଇସ୍ତଫା ଦେବା ପରେ ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତୁ ଗଞ୍ଜାମ ବାସୀ l ସେ ଗଞ୍ଜାମ ପୋଲିସ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟରେ ଯୋଗ ଦେବା ପର ଠାରୁ ପୋଲିସ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ବଢ଼ି ଯାଇଥିଲା l ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଅପରାଧ ନିୟନ୍ତ୍ରଣ ଦିଗରେ ତାଙ୍କ କାର୍ଯ୍ୟ ଦକ୍ଷତା ଗଞ୍ଜାମ ପୋଲିସ ଜିଲ୍ଲା ପାଇଁ ଏକ ସୁନାମ ଆଣି ଦେଇଥିଲା l ଚୋରି, ଡକାୟତି ଭଳି ବିଭିନ୍ନ ଅପରାଧ ଘଟିଲେ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଅତି ଶୀଘ୍ର ଗିରଫ କରିବା ରେ ସେ ସଫଳ ହୋଇପାରୁଥିଲେ l ଅଭିଯୋଗ ପାଇଁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହିତ କଥା ହୋଇ ସେମାନଙ୍କ ଅଭିଯୋଗ କୁ ଶୁଣିବା ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର ଆଗ୍ରହ ଦେଖି ଲୋକେ ପୋଲିସ ଉପରେ ବିଶ୍ୱାସ କରିପାରୁଥିଲେ l ଆମ ପୋଲିସ ସମିତି ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟ କରି ସେ ଗଞ୍ଜାମ ପୋଲିସ ଜିଲ୍ଲା ପାଇଁ ଗର୍ବ ଆଣିଥିଲେ l ନିଜର ଶାନ୍ତ, ସ୍ଵଭାଵ ବ୍ୟବହାର ଲାଗି ସେ ଜନ ସାଧାରଣଙ୍କ ଅତି ପ୍ରିୟ ଭାଜନ ହୋଇପାରିଥଲେ l ଏବେ ସେ ଇସ୍ତଫା ଦେବା ପରେ ଲୋକେ ତାଙ୍କୁ ସହଜରେ ଗ୍ରହଣ କାଟିପାରୁନାହାନ୍ତି l ସେ ଗଞ୍ଜାମ ଜିଲ୍ଲାରୁ କଟକ ଡିସିପି ଭାବେ ବଦଳି ହୋଇ ଯିବା ବେଳେ ବହୁ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ନେତା, ଜନତା ମାନେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ l


