ରଜ-କ୍ୟୁଇନ -୨୦୨୬ ବିଜେତା ହେଲେ ସ୍ନେହା ବେହେରା
ଛତ୍ରପୁର (ଓ୍ବାଇଏନଏସ): ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜି-ସାର୍ଥକ ଦ୍ୱାରା ଆୟୋଜିକ ରଜ-କ୍ୟୁଇନ – ୨୦୨୬ ର ଗ୍ରାଣ୍ଡ ଫାଇନାଲରେ ନିଜର ଅଭିନୟ, ନୃତ୍ୟ ଆଦିରେ ଟପ – ୧୨ ର ବିଜେତା ଲାଭ କରିଥିବା ସ୍ନେହା ବେହେରାଙ୍କୁ ଛତ୍ରପୁରର ଅଗ୍ରଣି ନୃତ୍ୟ ଅନୁଷ୍ଠାନ ରୟାଲ ଡାନ୍ସ ଏକାଡେମୀ ପକ୍ଷରୁ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ନିମନ୍ତ୍ରିତ ଅତିଥିଭାବେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଅରୁଣ କୁମାର ଶତପଥି, ଯୁବ ସମାଜସେବୀ ସୟଦ ମୁକ୍ତାର,ଅଭିନୟ ନୃତ୍ୟଶିଳ୍ପୀ ରାମେଶ୍ଵର ପଣ୍ଡା,ଅନ୍ତଃର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ମଧୁସ୍ମିତା ପଟ୍ଟନାୟକ, କଳା ସଂଗଠକ ପ୍ରଶାନ୍ତ କୁମାର ପଟ୍ଟନାୟକ,” କାଠ ପାଦ ” ନୃତ୍ୟ ଗୁରୁ ସମୀର କୁମାର ବେହେରା,ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସଂଘର ସଭାପତି କେ. ସତ୍ୟ ନାରାୟଣ ରେଡ୍ଡୀ ଯୋଗଦେଇ ସ୍ନେହା ବେହେରାଙ୍କୁ ସମ୍ଭର୍ଦ୍ଧିତ କରିଥିଲେ l ସ୍ନେହା ନିଜର ପ୍ରତିଭା ପ୍ରଦର୍ଶନ କରି ଛତ୍ରପୁରର ନାମ ରଖିଥୁବାରୁ ଶୁଭେଚ୍ଛା ଜଣାଇବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ l ସ୍ନେହା ବେହେରା ଦୀର୍ଘ ଛଅ ବର୍ଷଧରି କାଠ ପାଦ ନୃତ୍ୟ,ରଣପା ନୃତ୍ୟ ଓ ଵିଭିନ୍ନ ଲୋକନୃତ୍ୟ ଆଦି ନୃତ୍ୟ ପରିବେଷଣ କରି ମହୋତ୍ସବ ଓ ମଞ୍ଚରେ ପରିବେଷଣ କରିଆସିଛନ୍ତି l ବର୍ତ୍ତମାନ ରଜ କ୍ଵିନ ରେ ନିଜର ଉପସ୍ଥିତି ଜ୍ଞାନରେ ବିବଧ ପ୍ରତିଭା ପଦର୍ଶନକରି ଦର୍ଶକ ଓ ବିଚାରକ ଭାବେ ରହିଥିବା ଅଭିନେତା ପୁପିନ୍ଦର ସିଂ,ଅଭିନେତ୍ରୀ ଏଲିନା ସାମନ୍ତରାଏ ଙ୍କ ମନ ମୋହିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବରେ ରୟାଲ ଡାନ୍ସ ଏକାଡେମୀର ମୁଖ୍ୟ ଟି.ସୁରେଶ ରାଓ, ଅନୁଷ୍ଠାନର ସଭାପତି ଦେବରାଜ ପ୍ରଧାନ,ସ୍ନେହା ବେହେରାଙ୍କ ମାତା ଗାୟତ୍ରୀ ବେହେରା, ପିତା କୃଷ୍ଣ ବେହେରା ଙ୍କ ସମେତ ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନେ ଉପସ୍ଥିତ ଥିଲେ,ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅବିଭାବକ ବନ୍ଦନା ପଣ୍ଡା ସହଯୋଗ କରିଥିଲେ l


