ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ୩୫ତମ ଶ୍ରାଦ୍ଧଦିବସ

ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ଆଚାର୍ଯ୍ୟଙ୍କ ୩୫ତମ ଶ୍ରାଦ୍ଧଦିବସ ପ୍ରାକ୍ତନ ବିଦ୍ୟାର୍ଥୀ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାକ୍ତନ ବିଦ୍ୟାର୍ଥୀ ପରିଷଦର ସମସ୍ତ ସଭ୍ୟ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ମିଶି ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ | ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ l ପରେ ପରେ ପ୍ରାକ୍ତନ ବିଦ୍ୟାର୍ଥୀ ପରିଷଦର ସଭ୍ୟ ପ୍ରଶାନ୍ତ ମିଶ୍ରଙ୍କ କବିତା, ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ଉପସଭାପତି  ଦେବେନ୍ଦ୍ର  ଆଚାର୍ଯ୍ୟ,ଉପଦେଷ୍ଟା ଡ଼ ରାଖାଲ ରାୟ,ବଂଶୀଧର ଆଚାର୍ଯ୍ୟ, ରାଜକିଶୋର ମହାନ୍ତି, ବଂଶୀଧର ବେହେରା, ନବକିଶୋର ମହାନ୍ତିଙ୍କ ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକଙ୍କ ତ୍ୟାଗପୂତ ଜୀବନଦର୍ଶନକୁ ଉପସ୍ଥାପନ କରିଥିଲେ l ଏହାପରେ ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରୀତିଜିଁଜ୍ଞାସା ଦାସଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ