ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ସଦର ବିଜେପିର ବିଜୟ ଉତ୍ସବ

ବାଲେଶ୍ବର(ସରୋଜ ପଣ୍ଡା): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସୁନାମୀରେ ଐତିହାସିକ ବିଜୟ ହାସଲ ପରେ ସମଗ୍ର ଦେଶରେ ଦଳୀୟ କର୍ମୀ ଉତ୍ସବ ପାଳନ ଆରମ୍ଭ କରିଛନ୍ତି । ଏହି କ୍ରମରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଜେପି କର୍ମୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ସ୍ଥାନୀୟ ଜେଲ ରୋଡ ସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଏକଜୁଟ ହୋଇ ଦଳର ବିଜୟରେ ଶତମୁଖ ହେବା ସହିତ ବାଜା ବଜାଇ, ବାଣ ଫୁଟାଇ ଉତ୍ସବ ପାଳିଛନ୍ତି । ଏଥିରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀର ନିର୍ବାଚନରେ ବିଜୟ ଭାରତୀୟ ଜନତା ପାର୍ଟିର ଦେବଦୁର୍ଲଭ କର୍ମୀଙ୍କ ପରାକାଷ୍ଠାର ବିଜୟ ବୋଲି ମତ ଦେଇଛନ୍ତି । ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସଫଳ ନିର୍ବାଚନ ପରିଚାଳନା ଯୋଗୁଁ ଦୀର୍ଘ ୧୫ବର୍ଷ ଧରି ପଶ୍ଚିମବଙ୍ଗରେ ଚାଲିଥିବା ତୃଣମୂଳ କଂଗ୍ରେସର କଳା ଶାସନ ଶେଷ ହୋଇପାରିଛି । ମହିଳା ବିରୋଧି ମମତା ସରକାରଙ୍କ ବାଂଲାଦେଶୀ ଅନୁପ୍ରବେଶ ନୀତିରେ ଏକପ୍ରକାର ରୋକ ଲାଗିବା ସହ ଦେଶର ସୀମା ଆବଦ୍ଧ ହେବାରେ ପ୍ରତବନ୍ଧକ ଦୂର ହୋଇଛି ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । କେନ୍ଦ୍ରୀୟ ନେତୃବର୍ଗଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମବଙ୍ଗର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରଚାରର ଦାୟିତ୍ୱ ନେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ନେତୃତ୍ୱ ସଫଳତାର ଶୀର୍ଷକୁ ଛୁଇଁ ପାରିଛି । ଦଳର ଅଗଣିତ ଦେବତୁଲ୍ୟ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ୱାର୍ଥ ସେବା ତଥା ଅଗଣିତ ସମର୍ଥକଙ୍କ ଭଲପାଇବା ଯୋଗୁଁ ଏହି ଐତିହାସିକ ବିଜୟ ସମ୍ଭବ ହୋଇପାରିଛି ବୋଲି ବିଧାୟକ ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି । ଏଥିପାଇଁ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ସେ କୃତଜ୍ଞତା ସହ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଉପେନ୍ଦ୍ର ଶତପଥୀ, ଅନନ୍ତ ନାୟକ, ନିତ୍ୟଗୋପଲ ସିଂହ, ସସ୍ମିତା ନାଥ, ରୋଜାଲିନ ପାଣି, କାହ୍ନୁ ମହାଳିକ, ପବନ କମିଳା, ମନୋରଂଜନ ନନ୍ଦି, ପିଂଟୁ ପାଣିଗ୍ରାହୀ, କାର୍ତିକ ରାଉତ, ରବି ପ୍ରଧାନ, ସସ୍ମିତା ଦାଶ, ରାଜେନ୍ଦ୍ର ଚାଟାର୍ଜୀ, ଉମେଶ ବେହେରା ପ୍ରମୁଖଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ଏହି ବିଜୟ ଉତ୍ସବରେ ସାମିଲ ହୋଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ