ରଜକ ସମାଜ ଆସିକା ମୁଠାର ତୃତୀୟ ବାର୍ଷିକ ଉତ୍ସବ
ଆସିକା (ୱାଇଏନ୍ଏସ୍) : ଜିଲ୍ଲାର ଅନ୍ୟତମ ସର୍ବବୃହତ୍ତ ଜାତିଭିତ୍ତିକ ସଂଗଠନ ରଜକ ସମାଜ ଆସିକା ମୁଠାର ତୃତୀୟ ବାର୍ଷିକ ଉତ୍ସବ ଏବଂ ସାଧାରଣ ବୈଠକ ସ୍ଥାନୀୟ ହାଟପଦା ସ୍ଥିତ ଶ୍ରୀ ଶ୍ରୀ ମା ଶ୍ୟାମାକାଳୀ କାଳୀମୁଖୀ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି। ରଜକ ସମାଜ ଆସିକା ମୁଠାର ସଭାପତି ପ୍ରଭାକର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ରଜକ ସମାଜ ଖାଲସା ‘ଖ’ ତାଲୁକାର ସଭାପତି ସତ୍ୟନାରାୟଣ ସେଠୀ, ସଂପାଦକ ସନ୍ତୋଷ କୁମାର ବେହେରା, ଦେବଭୂମୀ ରଜକ ମୁଠା ସଭାପତି ସତ୍ୟନାରାୟଣ ସେଠୀ ଓ ସଂପାଦକ ସନ୍ତୋଷ କୁମାର ବେହେରା, କାଳଷଣ୍ଢପୁର ରଜକ ମୁଠା ସଭାପତି ଅଜୟ କୁମାର ସେଠୀ ଓ ସଂପାଦକ ଜୟନ୍ତ ସେଠୀ, କୁରୁଳା ରଜକ ମୁଠା ସଭାପତି ଶିବ କୁମାର ସେଠୀ ଓ ସଂପାଦକ ରୋହିତ କମାର ସେଠୀ ପ୍ରମୁଖ ଯୋଗଦେଇ ରଜକ ସମାଜର ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ଟାପର ଉଦ୍ୟମର ଆବଶ୍ୟକତା ବୋଲି ମତବ୍ୟକ୍ତ କରି ରଜକ ସମାଜର ଛାତ୍ରଛାତ୍ରୀ ତଥା ରଜକ ସମ୍ପ୍ରଦାୟର ସାମାଜିକ, ଆର୍ଥିକ, ଶିକ୍ଷା, ମହିଳା ସଶକ୍ତିକରଣ, ଅଧାରୁ ପାଠ ଛାଡୁଥିବା ପିଲାଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରିବା, ଉଚ୍ଚ ଶିକ୍ଷା ପାଇଁ ପ୍ରେତ୍ସାହନ ଦେବା ଆଦି ଦିଗରେ କାର୍ଯ୍ୟକରିବା, ରଜକ ସମାଜର ପ୍ରତ୍ୟେକ ସଭ୍ୟମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟନିଷ୍ଠା, ଯୁଗପୋଯୋଗୀ ବିବାହ ବ୍ୟବସ୍ଥାର ସଂଜ୍ଞା ନିରୂପଣ, ରଜକ ସମାଜର ସାଙ୍ଗଠନିକ ଶକ୍ତି ଅଭିବୃଦ୍ଧି, ସାମାଜିକ ସଂସ୍କାରରେ ରଜକ ସମାଜ ସଂପ୍ରଦାୟର ଯୁବ ସମାଜର ଦାୟିତ୍ୱ, କର୍ତ୍ତବ୍ୟ ଓ ଭୂମିକା, ବୃଦ୍ଧ ବୃଦ୍ଧାଙ୍କର ଥଇଥାନ, ଆର୍ଥିକ ଅନଗ୍ରସର ପୁତ୍ର କନ୍ୟାଙ୍କର ଥଇଥାନ, ମହିଳା ସଂଗଠନର ଆବଶ୍ୟକତା ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରଜକ ସମାଜ ସାମାଜିକ ସଂଗଠନ ଉପରେ ଆଲୋକପାତ କରି ରଜକ ସମାଜର କୁଳ ମଧ୍ୟରେ ଐକ୍ୟ ଓ ସଂହତି ରକ୍ଷା ସାଙ୍ଗକୁ ସାଙ୍ଗଠନିକ ଅଭିବୃଦ୍ଧି, ଆଦର୍ଶ ସୁସ୍ଥ ରଜକ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ରଜକ ମୁଠାର ତୃତୀୟ ବାର୍ଷିକ ଉତ୍ସବ ଓ ସାଙ୍ଗଠନିକ ବୈଠକ ପାଳନ ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ରଜକ ସମାଜ ଆସିକା ମୁଠାର ସଭାପତି ରୂପେ ପ୍ରଭାକର ବେହେରା, ଉପସଭାପତି ରୂପେ ମୁନା ବେହେରା, ସଂପାଦକ ରୂପେ ସନ୍ତୋଷ କୁମାର ବେହେରା, କୋଷାଧ୍ୟକ୍ଷ ରୂପେ କାଳୀଚରଣ ବେହେରା, ମୁଠା ବେହେରା ରୂପେ ଗଙ୍ଗାଧର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ସର୍ବସମ୍ମମତିକ୍ରମେ ଚୟନ କରାଯାଇଥିଲା । ରଜକ ସମାଜ ଆସିକା ମୁଠାରେ ଏହି ତୃତୀୟ ବାର୍ଷିକ ଉତ୍ସବ ଓ ସାଧାରଣ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକର୍ତ୍ତା ଭଂଜ ବେହେରା, ଦେବେନ୍ଦ୍ର ବେହେରା, ଟୁନା ବେହେରା, ଅମର ବେହେରା, ରବିନ୍ଦ୍ରନାଥ ବେହେରା, ମହେଶ୍ୱର ବେହେରା, ଗଜେନ୍ଦ୍ର ବେହେରା, ମୁନା ବେହେରା, ବାବୁ ବେହେରା, କାଳୀଚରଣ ବେହେରା, ଟୁଟୁ ବେହେରା, ସୂର୍ଯ୍ୟନାରାୟଣ ବେହେରା, ଜନାର୍ଦ୍ଦନ ବେହେରା, ରାଜେନ୍ଦ୍ର ବେହେରା, ରାଜୁ ସେଠୀ, ସତ୍ୟ ସେଠୀ, ଯୁଧିଷ୍ଟିର ବେହେରା, ଶ୍ୟାମ ବେହେରା, ଦଣ୍ଡପାଣି ବେହେରା, ହାଡୁବନ୍ଧୁ ବେହେରା, ଭିକାରୀ ବେହେରା, ନିରଞ୍ଜନ ବେହେରାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


