ମାଟ୍ରିକ ପରୀକ୍ଷା: ମନିଷା ପାଣିଗ୍ରାହୀ ସ୍କୁଲ ଟପ୍ପର

ଆସିକା (ୱାଇଏନ୍‍ଏସ୍‍):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆସିକା ବ୍ଳକ ଅଧୀନସ୍ଥ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ହାଇସ୍କୁଲର ବିଦ୍ୟାର୍ଥୀମାନେ ଶତପ୍ରତିଶତ ସଫଳତା ହାସଲ କରି ଅତୀତର ରେକର୍ଡ ବଜାୟ ରଖିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଚଳିତବର୍ଷ ମା ରତ୍ନମାଳୀ ହାଇସ୍କୁଲରେ ସମୁଦାୟ ୭୧ ଜଣ ମାଟ୍ରିକ ପରୀକ୍ଷାର୍ଥୀ ମଧ୍ୟରୁ ଏ-ଟୁ ଗ୍ରେଡ୍‌ରେ ୩ ଜଣ, ବି-ୱାନ୍ ଗ୍ରେଡ୍‌ରେ ୧୦ ଜଣ, ବି-ଟୁ ଗ୍ରେଡ୍‌ରେ ୧୬ ଜଣ, ସି-ଗ୍ରେଡ୍‌ରେ ୧୭ ଜଣ ଓ ଡି- ଗ୍ରେଡ୍‌ରେ ୧୯ ଜଣ, ଇ-ଗ୍ରେଡରେ ୬ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି । ମା ରତ୍ନମାଳୀ ହାଇସ୍କୁଲର ମେଧାବୀ ବିଦ୍ୟାର୍ଥୀ ମନିଷା ପାଣିଗ୍ରାହୀ ୫୨୬ ମାର୍କ ରଖି ଏ-୨ ଗ୍ରେଡ୍ ହାସଲ କରି ନିଜ ବିଦ୍ୟାଳୟ ସ୍ତରରେ ସ୍କୁଲ ଟପର ହୋଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମର ମା ରତ୍ନମାଳୀ ହାଇସ୍କୁଲର ପରୀକ୍ଷାର୍ଥୀ ମାନଙ୍କ ଏହି ସଫଳତା ପାଇଁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ଗୋବିନ୍ଦ ପରିଡା, ରଶ୍ମିତା ମହାପାତ୍ର, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ, କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ଅଭିନନ୍ଦନ ଜଣାଇ ମେଧାବୀ ଛାତ୍ରୀ ମନିଷା ପାଣିଗ୍ରାହୀଙ୍କ ସମେତ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କ ସଫଳ ଓ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ମା ରତ୍ନମାଳୀ ହାଇସ୍କୁଲର ବିଦ୍ୟାର୍ଥୀ ମାନେ ଅଭୁତପୂର୍ବ ଶତ ପ୍ରତିଶତ ସଫଳତା ହାସଲ କରି ଅତୀତର ରେକର୍ଡକୁ ବଳବତ୍ତର ରଖିଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାରେ ମା ରତ୍ନମାଳୀ ହାଇସ୍କୁଲ ସ୍ତରରେ ଟପ୍ପର ହୋଇଥିବା ମେଧାବୀ ଛାତ୍ରୀ ମନିଷା ପାଣିଗ୍ରାହୀ ଏହି ସଫଳତାର ଶ୍ରେୟ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ରଙ୍କ ସମେତ ନିଜ ପରିବାରବର୍ଗ ଓ ଶୁଭେଚ୍ଛୁଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ମା ରତ୍ନମାଳୀ ହାଇସ୍କୁଲର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସାଙ୍ଗକୁ ବିଦ୍ୟାର୍ଥୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି। ମା ରତ୍ନମାଳୀ ହାଇସ୍କୁଲ ସ୍ତରରେ ଟପ୍ପର ହୋଇଥିବା ପ୍ରତିଭାବାନ୍‍ ଛାତ୍ରୀ ମନିଷା ପାଣିଗ୍ରାହୀ ହରିଡାପଦର ଗ୍ରାମର ସମାଜସେବୀ ପର୍ଶୁରାମ ପାଣିଗ୍ରାହୀ ଓ ତାଙ୍କ ସହଧର୍ମିଣୀ ବବିତା ପାଣିଗ୍ରାହୀଙ୍କ ସୁକନ୍ୟା ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ