ମାଟ୍ରିକ ପରୀକ୍ଷା ଫଳ:ପ୍ରୀତିଜିଜ୍ଞାସା ଦାସ ରଖିଲେ ଏ-୧
ନାଉଗାଁ , (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲର ପ୍ରୀତି ଜିଜ୍ଞାସା ଦାସ ୫୪୪ ନମ୍ବର ରଖି ଏ-୧ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛି | ବିଦ୍ୟାଳୟରେ ସମୁଦାୟ ୧୨୩ଜଣ ପିଲା ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା ଅନୁପସ୍ଥିତ ଥିବାବେଳେ ଗୋଟିଏ ପିଲା ଫେଲ ହୋଇଛି | ପ୍ରୀତିଜିଜ୍ଞାସା ବହୁ ଅଭାବୀ ପରିବାର | ତାଙ୍କ ବାପା ତ୍ରିଲୋଚନ ଦାସ ପେସାରେ ଜଣେ କୃଷକ | ପ୍ରୀତିଜିଜ୍ଞାସାଙ୍କ କହିବା ମୁତାବକ ସେ ଅଧିକ ନମ୍ବର ଆଶା କରୁଥିଲା | ବିଜ୍ଞାନ ଓ ଇଂଲିଶରେ ଟିକେ ନମ୍ବର କଟିଲା | ସେ ସ୍କୁଲର ସବୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଏବଂ ବାପା ମା’ ଙ୍କ ଆଶ୍ରିବାଦ ପାଇଁ ସେ ଏ ସଫଳତା ହାସଲ କରିଛି | ବଡ ହେଲେ ଓଏଏସ ପରୀକ୍ଷା ଦେଇ ପ୍ରଶାସନିକ ଅଧକାରୀ ହେବା ପାଇଁ ଲକ୍ଷ ରଖିଛି | ଏହାର ସଫଳତାରେ ଅଲଣାହାଟ ହାଇସ୍କୁଲର ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ ସ୍ୱାଇଁ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମାଜସେବୀ ସୁନୀଲ ମାଟିଆ କୁଣ୍ଡେଶ୍ୱର ଗ୍ରାମର ଯାଚିନ୍ଦ୍ରନାଥ ମହାନ୍ତି , ସଞ୍ଜୟ ଶଙ୍କର କାଣ୍ଡି , ଭାଗବତ କାଣ୍ଡି ପ୍ରମୁଖ ତାଙ୍କ ଘରେ ପହଞ୍ଚି କୃତଜ୍ଞତା ଜଣାଇଛନ୍ତି |


