ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ହାଟଡିହି , (ଓ୍ପାଇଏନଏସ) : ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ଗୁରୁବାର କେନ୍ଦୁଝର ଜିଲ୍ଲା ହାଟଡିହି ଠାରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ଦାବିରେ  ବିଜେପି ପକ୍ଷରୁ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ମହିଳାମାନଙ୍କ ପାଇଁ ଲଢ଼େଇ ଜାରି ରହିବ ବୋଲି  ବିଜେପି ନେତା ଆଲୋକ ସେଠୀ  କହିଛନ୍ତି। ହଜାର ହଜାର ମହିଳା ଏହି ସମାବେଶରେ ସାମିଲ ହୋଇଥିଲେ ।  ଛେନାପଦି ଛକରୁ  ମହିଳା ମାନେ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରି ଅଣା, ହାଟଡିହି ଦେଇ ବ୍ଲକ ଛକ ପର୍ଯ୍ୟନ୍ତ ଯାଇଥିଲେ। ବ୍ଲକ ସମୁଖରେ ବିଶେଷକରି ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ । ମହିଳାମାନଙ୍କୁ ସଶକ୍ତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନାରୀଶକ୍ତି ବନ୍ଦନ’ ଅଧିନିୟମ ଆଣିଥିଲେ । ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା। କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ଏହାକୁ ସଂସଦରେ ପାରିତ କରାଇଦେଲେ ନାହିଁ | ବିଜେଡି ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲା। ଏଥିରୁ ବିରୋଧୀ ଦଳ ଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପଦଯାତ୍ରାରେ ଜିଲ୍ଲା ମହିଳା ନେତ୍ରୀ ଦେବକୀ ନାୟକ, ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା,ଦିପ୍ତିମୟୀ ଖୁଣ୍ଟିଆ, କମଳା ମହାଳିକ, ପ୍ରମିଳା ବରାଳ, ମନୋରମା ରାଉତ, ସରୋଜିନୀ ଓଝା, ମମତା ପଣ୍ଡା, ସସ୍ମିତା ଜେନା, ଭାଗ୍ୟଶ୍ରୀ ରାଉତ, କନକଲତା ଜେନା, ନିରୁପମା ଜେନା, ବାସନ୍ତୀ ଜେନା, ମଧୁମିତା ସ୍ୱାଇଁ, ତପସ୍ୱିନୀ ମହାପାତ୍ର, ସୋନାଲି ମହାନ୍ତି ବିଜୟଲକ୍ଷ୍ମୀ ଜେନା, ସଞ୍ଜୁଲତା ମଲ୍ଲିକ, ମାଧବୀ ରାଉତ, ଜୟନ୍ତୀ ଟୁଡୁ, ସୁକାନ୍ତି ସେନାପତି, ରଞ୍ଜିତା ଜେନା, ଝରଣା ନାୟକ, ପ୍ରମିତା ନାୟକ, ମିନାକ୍ଷୀ ବେହେରା, ଦୀପାଞ୍ଜଳି ସାମଲ, କଲ୍ୟାଣୀ ମହାନ୍ତି, ପ୍ରତିମା ଖଟୁଆ  ପ୍ରମୁଖ ମହିଳା ମାନେ ନେତୃତ୍ୱ ନେଇଥିଲେ। ଏଥିରେ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଶାନ୍ତନୁ ସେଠୀ, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ,  ନିକୁଞ୍ଜ ଓଝା, ଡ଼ିପକ ଜେନା, ହରେକୃଷ୍ଣ ସ୍ୱାଇଁ, ଟୁକୁନା ମହାନ୍ତ, ପ୍ରଶାନ୍ତ ମହାପାତ୍ର, ଖଗେଶ୍ୱର ମଲ୍ଲିକ, ସଞ୍ଜୟ ରାଉତ, ସୁଧାଂଶୁ ବିଶ୍ୱାଳ, ଶାନ୍ତନୁ ଖୁଣ୍ଟିଆ, ସୁରେନ୍ଦ୍ର ଜେନା, କୈଳାଶ ସାମଲ, ଶଶିକାନ୍ତ ରାଉତ,ଅନିରୁଦ୍ଧ ବେହେରା, ଚତୁର୍ଭୁଜ ସ୍ୱାଇଁ, ସୁରେନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ