ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ କୁମ୍ଭାରିଆସ୍ଥିତ ମା’ତାରିଣୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅଙ୍କୁରାରୋପଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରବାର ସକାଳେ ଗ୍ରାମ୍ୟ ପୁଷ୍କରିଣୀରୁ ୧୫ ଗୋଟି କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଣେଶ୍ୱର ପଣ୍ଡା ଓ ଅବନ୍ତୀ ପଣ୍ଡା ମୁଖ୍ୟ କଳସ ଧାରଣ କରିଥିବା ବେଳେ ଅଭିମନ୍ୟୁ ପାଢୀ, ମହେଶ୍ୱର ଧଳ, ସତ୍ୟପ୍ରିୟ ନନ୍ଦ, ସାବିତ୍ରୀ ପାଢୀ, ମାଧବୀଲତା ପଣ୍ଡା, ରଶ୍ମିତା ପତି, କମଳା ପାଢୀ, ଋକ୍ମଣୀ ନନ୍ଦ, ପଦ୍ମାବତୀ ପାଢୀ, ଅନୁସୂୟା ମଲ୍ଲିକ, କମଳା ସାହୁ, ସଶ୍ମିତା ପାଢୀ, ସୁବାଷିନୀ ପଣ୍ଡା, ଗାୟତ୍ରୀ ଦାଶ ପାଶ୍ୱର୍ କଳସ ଧାରଣ କରିଥିଲେ । ପୂଜକ ରମେଶ ଚନ୍ଦ୍ର ଦ୍ୱିବେଦୀ, ସୌମ୍ୟ ରଞ୍ଜନ ନନ୍ଦ, ବୃନ୍ଦବନ ନନ୍ଦ, ଦୁର୍ଯ୍ୟେଧନ ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


