ବାରହା ଉପଦ୍ରବରେ ଚିନା ବାଦାମ ଫସଲ ନଷ୍ଟ : ଚିନ୍ତାରେ ଚାଷୀ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅଂଚଳ ରେ ଗତକିଛିଦିନ ହେଲା ବାରହା ଉପଦ୍ରବ ଯୋଗୁଁ ବିଭିନ୍ନ ରକମରମ ଚାଷ ଫସଲ ଗୁଡିକ ନଷ୍ଟ ହେବାର ଦେଖିବାକୁ ମିଳିଛି l ସେହିପରି ଭିକାରୀପଲ୍ଲୀ ଗ୍ରାମ ଗୁରୁବା ପାତ୍ର ଲଣ୍ଡାବାଉଁଶ ମୌଜା ରେ ୫ ଭରଣ ଚାଷ ଜମି ଚିନା ବାଦାମ ଫସଲ କରିଥିବା ବେଳେ ତାହା ବାରହା ଉପଦ୍ରବ ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ସେ ଏହି ଚାଷ ନିମନ୍ତେ ବିଭିନ୍ନ ଧାର କରଜ ଆଣି ଚିନା ବାଦାମ ଫସଲ କରିଥିଲେ l ବର୍ତ୍ତମାନ ସେ ଭାଙ୍ଗି ପଡିଛନ୍ତି l ସରକାର ଙ୍କ ପକ୍ଷରୁ ତାଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା ନିମନ୍ତେ ଅଂଚଳ ବାସୀ ଦାବୀ କରିବା ସହିତ ବାରହା ଉପଦ୍ରବ ଉପରେ ରୋକ ଲଗାଇବା ନିମନ୍ତେ ବନ ବିଭାଗ ଦୃଷ୍ଟି ଦେବା ନିମନ୍ତେ କହିଥିଲେ l


