ପାଣିପାଇଁ ଗରା ବାଲତି ରଖି ରାଜ୍ୟ ରାଜପଥ ଅବରୋଧ
କବିସୂର୍ଯ୍ୟନଗର, (କୃଷ୍ଣ ଚନ୍ଦ୍ର ନାହକ):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ବଡଖରିଡା ପଞ୍ଚାୟତର ବାଣନଇ ଛକରେ ଗରା ବାଲଟି ରଖି ରାସ୍ତା ରୋକ କଲେ ଲୋକେ l ଦୀର୍ଘ ଦିନଧରି ଗ୍ରାମରେ ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ ସମସ୍ୟା ର ସମାଧାନ ନହେବାରୁ ଆଜି ଶତାଧିକ ଗ୍ରାମବାସୀ ରାଜ୍ୟ ରାଜପଥ ଅବରୋଧକରି ପ୍ରତିବାଦ କରିଛନ୍ତି l ଫଳରେ ପୁରୁଷୋତ୍ତମପୁର ରୁ କବିସୂର୍ଯ୍ୟନଗର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ 30 ରେ ଯାତାୟାତ ଠପ ହୋଇଯାଇଛି l ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିବା ବେଳେ ଲୋକେ ରାସ୍ତାଉପରେ ବାସୀ ପ୍ରତିବାଦ କରୁଛନ୍ତି l ଗ୍ରାମରେ ପାଣି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରିରହିବା ନେଉ ଗ୍ରାମବାସୀ କହିଥିବା ବେଳେ ଖବରପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି l


