ସୋମନାଥ ସ୍ବାଭିମାନ ପର୍ବ ପାଳିତ
ଆରଡି,( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡି ସୋମବାର ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ଚଳଚଞ୍ଚଳ ହୋଇ ପଡିଥିଲା । ଏଠାରେ ଭକ୍ତି ଓ ଉତ୍ସାହର ସହିତ ସୋମନାଥ ସ୍ବାଭିମାନ ପର୍ବ ପାଳିତ ହୋଇ ଥିଲା । ସାମାଜିକ ସଚେତନତା, ଓଡିଆ ସଂସ୍କୃତିର ସୁରକ୍ଷା ଏବଂ ସମାଜରେ ଏକତାର ବାର୍ତ୍ତା ଏଠାରେ ପ୍ରସାର କରା ଯାଇଥିଲା । ଏହି ସମୟ ମଧ୍ୟରେ ଗୁଜୁରାଟରେ ଥିବା ସୋମନାଥ ମନ୍ଦିରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜାର୍ଚ୍ଚନା ଉପସ୍ଥିତ ଭକ୍ତମାନେ ଏଲଇଡି ପରଦା ମାଧ୍ୟମରେ ସିଧାସଳଖ ଦର୍ଶନ କରିଥିଲେ । ଭଦ୍ରକ ଜିଲ୍ଲାପାଳ ଦୀଲିପ ରାଉତରାୟ, ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟୀ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ୍ତ, ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା ସିଂ, ବିଜେପି ଜିଲା ଉପସଭାପତି କିଶୋର ନାୟକ, ବିଜେପି ମଣ୍ଡଳ ସଭାପତି ସନ୍ଦୀପ କୁମାର ନାୟକ, ଆରଡି ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ଦେବଦତ୍ତ ପାଢୀ, ଓଳଗ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ଦୀପକ ରଞ୍ଜନ ବିଶ୍ବାଳ, ସୁନ୍ଦରପୁର ସମିତି ସଭ୍ୟ ଶରତ ଚନ୍ଦ୍ର ବେହୁରିଆ, ନାନ୍ଦପୁର ପୂର୍ବତନ ସମିତି ସଭ୍ୟ ସୁଦେଶ ପଣ୍ଡା, ବିଜେପିର ବରିଷ୍ଠ କର୍ମକର୍ତ୍ତା ଜୀବନାନନ୍ଦ ପାଢୀ, ଆଶିଷ ପାଢୀ, ରମାକାନ୍ତ ନାୟକ, ଦୁଃଶାସନ ଖଟୁଆ, ସୁରେଶ ମହାଳିକ, ରାଧାକାନ୍ତ ପାଢୀ, ନିରାକାର ନାୟକ, ଦୀପ୍ତି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକର ସୁନାମ ଧନ୍ୟ ଗାୟିକା ଶୁଭ୍ରାସ୍ମିତା ରାଉତ, ହିମାଦ୍ରି ତନୟା ପଣ୍ଡା, ଶଶିକଳା ମିଶ୍ର, ଗାୟକ ଆଦିତ୍ୟ ମହାନ୍ତି ପ୍ରମୁଖ ସଙ୍ଗୀତ ଗାନ କରିଥିବା ବେଳେ ନୃତ୍ୟଶିଳ୍ପୀ ସୁଚିତ୍ରା ହୋତା ଓ ତାଙ୍କ ସାଥିମାନେ ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହି ଥିଲେ ।


