ଥାନା ପରିସରରେ ବ୍ରିଫିଂ ପରେଡ୍ ଅନୁଷ୍ଠିତ

ନାଉଗାଁ,(ଓ୍ବାଇଏନଏସ): ଓଡିଶା ପୋଲିସ ମହାନିର୍ଦ୍ଦେଶକ ଏବଂ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶାନୁସାରେ ସୋମବାର ନାଉଗାଁ ଥାନା ପରିସରରେ ଥାନାଧିକାରୀ ଦେବାଶୀଷ ପଣ୍ଡାଙ୍କ ନେତୃତ୍ୱରେ ସକାଳ ୯ରେ ବ୍ରିଫିଂ ପରେଡ୍ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଅଧିବେଶନରେ ପୋଲିସ ବିଭାଗର ଦକ୍ଷତା ଓ ଜନସାଧାରଣଙ୍କ ସୁରକ୍ଷା ବୃଦ୍ଧି ପାଇଁ ବିଭିନ୍ନ ରଣନୈତିକ ନିର୍ଦ୍ଦେଶାବଳୀ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେଥିମଧ୍ୟରେ ଜରୁରୀ କାଳିନ ପ୍ରତିକ୍ରିୟା ସହାୟତା, ଏନବିଡବ୍ଳୁ କାର୍ଯ୍ୟାନ୍ୱୟନକୁ ତିବ୍ରତର କରିବା, ବେଆଇନ ଅବକାରୀ କାର୍ଯ୍ୟାକଳାପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,ଜନ ସଂପର୍କ ଆଦି ବୃଦ୍ଧି କରିବା ଆଦି ଦିଗରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ଥାନାଧିକାରି ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ