ପତ୍ନୀକୁ ମରଣାନ୍ତକଆକ୍ରମଣ : ଅଭିଯୁକ୍ତ ସ୍ବାମୀକୁ କୋର୍ଟ ଚାଲାଣ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅରଖକୁଦ ଗ୍ରାମର କଳ୍ପନା ମହାନ୍ତିଙ୍କୁ ତାଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ କଳ୍ପନା ଓ ତାଙ୍କ ସ୍ୱାମୀ ଶୁଶାନ୍ତ କୁମାର ମହାନ୍ତିଙ୍କ ସହିତ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା। ଗତ ୭ତାରିଖ ରାତି ପ୍ରାୟ ସାଢେ ୮ହେବ ସୁଶାନ୍ତ କଳ୍ପନାଙ୍କୁ ଖାଇବାକୁ ମାଗିଥିଲେ। କଳ୍ପନା ଖାଇବା ପାଇଁ ଅପେକ୍ଷା କର ବୋଲି ସ୍ୱାମୀ ଶୁଶାନ୍ତଙ୍କୁ କହିଥିଲେ। ଏହାପରେ ଶୁଶାନ୍ତ କଳ୍ପନାକୁ ମରଣାନ୍ତକ ଆକ୍ରମଣ କରିବା ଦ୍ୱାରା ତାଙ୍କ ବାମ ହାତ ଭାଙ୍ଗିଯିବା ସହ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୧୨୧/୨୬ ରେ ମାମଲା ରୁଜୁ କରାଯିବା ସହ ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରି ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି।


