ଦଣ୍ଡାସି କୁଳର ଆଲୋଚନା ସଭା: କର୍ମକର୍ତ୍ତା ନିର୍ବାଚନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ଗ୍ରାମ ସ୍ଥିତ ମା’ ସିଦ୍ଧ ବାଙ୍କେଶ୍ୱରୀ ମନ୍ଦିର ସଂଲଗ୍ନ କଲ୍ୟାଣ ମଣ୍ଡପରେ ବୁଧବାର ଦଣ୍ଡାସି କୁଳ ବଡ଼ଖେମୁଣ୍ଡି ମୁଠା ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଦଣ୍ଡାସି କୁଳ ର ଅଭିବୃଦ୍ଧି ଓ ସାଙ୍ଗଠନିକ ସମସ୍ୟା ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଭାରେ ପ୍ରମୋଦ ନାୟକଙ୍କୁ ଦଣ୍ଡାସିି କୁଳ ର ବଡ଼ଖେମୁଣ୍ଡି ତାଲୁକା ବଡ଼ଡୁମ୍ବୁଳା ମୁଠା ସଭାପତି ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଦେବରାଜ ନାୟକ – ଉପସଭାପତି,ବାରିକ ନାୟକ – କୋଷାଧ୍ୟକ୍ଷ ଏବଂ ପଞ୍ଚାନନ ନାୟକଙ୍କୁ କୁଳ ବେହେରା ଭାବେ ଚୟନ କରାଯାଇଥିଲା। ସଭାରେ କାଳୁ ନାୟକ,ଅଭି ନାୟକ,ରାଜେନ୍ଦ୍ର ନାୟକ,ସନିଆ ନାୟକ ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


