ଶିରିଡି ସାଇବାବାଙ୍କ ଜୀବନୀ ପୁସ୍ତକର ଇଂରାଜୀ ଅନୁବାଦ ଉନ୍ମୋଚିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କଜଳା ଶ୍ରୀସାଇ ପରିବାର ଗୋଲଡେନ ଭିଲ୍ଲାସ୍ଥିତ ଶିରିଡ଼ି ସାଇବାବା ମନ୍ଦିରର ତୁଷାରକାନ୍ତଙ୍କ ଦ୍ୱାରା ଲିଖିତ ଭକ୍ତିଭରା ପ୍ରତୀକ୍ଷିତ ପୁସ୍ତକ “ଶ୍ରୀ ସାଇ ସତ୍‌ଚରିତ ସଚିତ୍ର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶିରିଡିର ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସିଇଓ ଗୋରକ୍ଷ ଗାଡିଲକର ଏବଂ ଡେପୁଟି ସିଇଓ ଭିମରାଜ ଦରାଡେଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଛି।ଏହି ସୁନ୍ଦର ପୁସ୍ତକର ବିଶେଷତ୍ୱ ହେଉଛି ଶ୍ରୀ ସାଇବାବାଙ୍କ ସମସ୍ତ ଦିବ୍ୟ ଲୀଳା ଗୁଡ଼ିକ ସଚିତ୍ର ରୂପରେ ଏହି ଭବ୍ୟ ପୁସ୍ତକରେ ପ୍ରଦର୍ଶିତ ହୋଇଅଛି। ଏହି ଫଟୋଗୁଡ଼ିକୁ ଦେଖିବା ପରେ ଶ୍ରୀ ସାଇବାବାଙ୍କ ଜଣେ ପ୍ରକୃତ ଭକ୍ତ ବାବାଙ୍କ ସୁବର୍ଣ୍ଣ ଯୁଗକୁ ଭକ୍ତିପୂର୍ଣ୍ଣ ଭାବରେ ଅନୁଭବ ତଥା ଉପଲବ୍ଧି କରିପାରିବ। ଏହି ପବିତ୍ର ପୁସ୍ତକଟି ଶ୍ରୀ ସାଇ ବାବାଙ୍କ ଜୀବନୀର ଇଂରାଜୀ ରୂପରେଖ ଯାହାକି କୃତ୍ରିମ ବୁଦ୍ଧିମତା ଦ୍ୱାରା ବିକଶିତ କରାଯାଇଛି। ଏହା ହେଉଛି ସାରା ଭାରତ ବର୍ଷରେ ତଥା ଭାରତ ବାହାରେ ପ୍ରଥମ ପୁସ୍ତକ ଯେଉଁଥିରେ ବାବାଙ୍କ ସମସ୍ତ ଲୀଳା ଏବଂ କର୍ମ ଗୁଡ଼ିକୁ ସରଳ ଓ ସୁନ୍ଦର ଭାବରେ କୃତ୍ରିମ ବୁଦ୍ଧିମତା ଦ୍ୱାରା ବିକଶିତ କରାଯାଇଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ