ବାଇକ-ସ୍କୁଟି ମୁହାଁ ମୁହି ଧକ୍କା: ୨ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ ୮ ରେ ବାଇକ (ନଂ. ଓଡ଼ି ୦୭ ସି -୦୯୫୧) ଏବଂ ସ୍କୁଟି (ନଂ. ଓଡ଼ି ୦୭ ବିସି – ୫୭୩୬) ମୁହାଁ ମୁହିି ଧକ୍କା ହେବାରୁ ୨ ଜଣ ଗୁରୁତର ଆହତ ହୋଇଥିଲେ।ଆହାତ ଦ୍ବୟ ହେଲେ ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମର ବାଇକ ଚାଳକ ସୁଦାମ ପାଢ଼ୀ(୫୫) ଏବଂ ସ୍କୁଟି ଚାଳକ ଦିଗପହଣ୍ଡି ରେ ରହୁଥିବା ବିହାର ଅଞ୍ଚଳର ଗୁପ୍ ଚୁପ୍ ବିକ୍ରେତା ବିଜେନ୍ଦ୍ର ସୋନି(୨୮)। ଉଭୟଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁଦାମ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ବିଜେନ୍ଦ୍ର ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ସୁଦାମ ବ୍ରହ୍ମପୁର ରୁ ସଉଦା କ୍ରୟ କରି ଗାଁ କୁ ଫେରୁଥିବା ବେଳେ ବିଜେନ୍ଦ୍ର ସ୍କୁଟି ରେ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ସ୍କୁଟି କୁ ଜବତ କରି ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ