ବିଜେପି ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ବିଜେପି ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା ଓ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଓ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ କେ. ହେମଲତା ଦୋରା ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଘୁମୁସର ଜିଲ୍ଲା କମିଟି ସଭାପତି ବିଜୟ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇଥିଲେ। ପଳାସପୁର ଗ୍ରାମ ଛକ ଠାରୁ ପଦଯାତ୍ରା ପାଟପୁର ଗାନ୍ଧୀ ଛକ ରେ ପହଞ୍ଚିବା ପରେ ସେଠାରେ କଂଗ୍ରେସ ଓ ବିଜେଡି ନେତା ମାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ବିଜେଡି ଏବଂ କଂଗ୍ରେସ ମହିଳା ସଂରକ୍ଷଣ ବିଲ୍ କୁ ବିରୋଧ କରୁଥିବା ବିଜେପି ର ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ବୃନ୍ଦ ଅଭିଯୋଗ କରିଥିଲେ। ପଥପ୍ରାନ୍ତ ସଭାରେ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର କୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ସଚେତନ ହେବା ନେଇ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ନେତ୍ରୀ ମୀରାବାଈ ଦେଓ, ଭାଜପା କାର୍ଯ୍ୟକର୍ତ୍ତା ଗୋପାଳ ମଲ୍ଲିକ, ସୁକାନ୍ତ କୁମାର ଖୁଣ୍ଟିଆ,ପ୍ରଶାନ୍ତ ସ୍ୱାଇଁ ,ବିଜୟ ପଣ୍ଡା, ପୂର୍ବତନ ସମିତି ସଭ୍ୟ ରଶ୍ମିତା ସ୍ବାଇଁ , ସୁଲତା ରାଣୀ ପଣ୍ଡା,ଭାଗ୍ୟବାନ ଗୌଡ଼,ମନୋରଞ୍ଜନ ସାହୁ,ମୁନା ପରିଡା,ପ୍ରମୋଦ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।ବହୁ ସଂଖ୍ୟକ ମହିଳା, ଦଳୀୟ କର୍ମୀ ଓ ସମର୍ଥକ ବୃନ୍ଦ ହାତରେ ପ୍ଲାକାର୍ଡ ଧରି ପଦଯାତ୍ରାରେ ସାମିଲ ହୋଇଥିଲେ।ଆଇନଶୃଙ୍ଖଳା ପାଇଁ ପାଟପୁର ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା।


