ଆସିକାରେ ତୈଳ ସଂକଟ ଜାରି

ଆସିକା (ୱାଇଏନ୍‍ଏସ୍‍): ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡିକୁ ଗତ କିଛି ଦିନ ହେଲା ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ୍‍ ଆସୁନଥିବା ଯୋଗୁଁ ଗ୍ରାହକଙ୍କୁ ପେଟ୍ରୋଲ ବିକ୍ରୀ କ୍ଷେତ୍ରରେ କଟକଣା ଜାରି କରାଯାଇଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ପେଟ୍ରୋଲ ପମ୍ପ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାଇକ୍‍ ଚାଳକ ମାନଙ୍କୁ କେଉଁଠି ଶହେ ଟଙ୍କା ତିନି ଶହ ଟଙ୍କା ଭିତରେ ଏବଂ କାର୍‍ ଚାଳକମାନଙ୍କୁ ଏକ ହଜାର ଟଙ୍କା ଭିତରେ ପେଟ୍ରୋଲ ବିକ୍ରୀ କରୁଥିବା ଜଣାପଡିଛି । ଆସିକା ଅଞ୍ଚଳକୁ କୌଣସି କାରଣରୁ ଗତ କିଛି ଦିନ ହେଲା ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ୍‍ ଟ୍ୟାଙ୍କର୍‍ ଯାନ ଆସୁନଥିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଆଲୋଚିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଦିନକୁ ଦିନ ବଢିଚାଲିଛି ତୈଳସଂକଟ । ଗତ କିଛି ଦିନ ହେଲା ରନ୍ଧନ ଗ୍ୟାସ ସଂକଟ ଜାରି ରହିଥିଲା ବେଳେ ବର୍ତ୍ତମାନ ତୈଳ ସଂକଟ ଦେଖାଦେଇଛି । ପେଟ୍ରୋଲ ଓ ଡିଜେଲ୍‍ ସଂକଟ ଯୋଗୁଁ ବହୁ ଗାଡିଚାଳକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲା ବେଳେ ପେଟ୍ରୋଲ ଅଭାବ ଯୋଗୁଁ ଛୋଟ ବ୍ୟବସାୟୀମାନେ ବିଶେଷ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ତୈଳ ପେଟ୍ରୋଲ ଟ୍ୟାଙ୍କର ଆସିବାରେ ବିଳମ୍ବ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେଉଥିଲା ବେଳେ ଟ୍ୟାଙ୍କର୍‍ ଆସିବା ପରେ ସ୍ୱଭାବିକ ଭାବେ ପେଟ୍ରୋଲ୍‍ ବଣ୍ଟନ କରାଯିବାର ସମ୍ଭାବନା ରହିଥିବା ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯେଉଁ ପେଟ୍ରୋଲ୍‍ ପମ୍ପ ଗୁଡିକ ଖୋଲା ରହୁଛି ସେଠାରେ ଗାଡିଚାଳକମାନେ ନିଜର ଦୁଇଚକିଆ ଚାରିଚକିଆ ଯାନ ପେଟ୍ରୋଲ୍‍ କିମ୍ବା ଡିଜେଲ୍‍ ପକାଇବା ପାଇଁ ଭିଡ ଜମାଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର ବହୁ ବାଇକ୍‍ ଚାଳକ ମଧ୍ୟ ଆଗକୁ ପେଟ୍ରୋଲ ମିଳିବ କିି ନାହିଁ ସେହି ଭୟରେ ଆଗୁଆ ପେଟ୍ରୋଲ କ୍ରୟ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ