ଆଜି ଅନ୍ତର୍ଜାତୀୟ ପରିବାର ଦିବସ

ଆସିକା (ୱାଇଏନ୍‍ଏସ୍‍) :ପରିବାରର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ଏବଂ ଏକତାକୁ ବୃଦ୍ଧି କରିବା ସାଙ୍ଗକୁ ପାରିବାରିକ ସଂପର୍କକୁ ଅଧିକରୁ ଅଧିକ ମଜବୁତ୍‍ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ମେ ମାସ ୧୫ ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ପରିବାର ଦିବସ । ଏହି ଦିବସରେ ପରିବାରର ଗୁରୁତ୍ୱ ଏବଂ ସମାଜ ଗଠନରେ ଏହାର ଭୂମିକା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ସହ ପରିବାର ମଧ୍ୟରେ ପିଲାମାନଙ୍କୁ ସଂସ୍କାର ଓ ମୂଲ୍ୟବୋଧ ଉପରେ ଶିକ୍ଷା ଦିଆଯାଇଥାଏ । ଅନ୍ତର୍ଜାତୀୟ ପରିବାର ଦିବସ ପ୍ରତ୍ୟେକ ବର୍ଷ ମେ ମାସ ୧୫ ତାରିଖରେ ପାଳନ କରାଯାଇଥାଏ । ଜାତିସଂଘ ସାଧାରଣସଭା ଦ୍ୱାରା ୧୯୯୩ ମସିହା ସେପ୍ଟେମ୍ବର ମାସ ୨୦ ତାରିଖରେ ଏ ନେଇ ଏକ ପ୍ରସ୍ତାବ ଆଗତ ହୋଇଥିଲା । ସେଥିରେ ଏହି ଦିବସ ପାଳନ ପାଇଁ ପରିବାର ଗୁଡିକ ପ୍ରତି ଅନ୍ତର୍ଜାତୀୟ ସଂପ୍ରଦାୟର ଗୁରୁତ୍ୱକୁ ପ୍ରତିଫଳିତ କରାଯାଇଥିଲା । ମିଳିତ ଜାତିସଂଘ ଦ୍ୱାରା ୧୯୯୪ ମସିହାରେ ଅନ୍ତର୍ଜାତୀୟ ପରିବାର ଦିବସ ମେ ମାସ ୧୫ ତାରିଖରେ ଆନୁଷ୍ଠାନିକ ଭାବେ ପାଳନ କରାଯାଇଥିଲା । ପ୍ରତିବର୍ଷ ଅନ୍ତର୍ଜତାୟୀ ପରିବାର ଦିବସ ପାଳନ ସହ ଏକ ଥିମ୍‍ ଘୋଷଣା କରାଯାଇଥାଏ । ଏହି ଥିମ୍‍ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସହାୟକ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ