ପୋଲିସକୁ ଚାଲେଞ୍ଜ ଦେଇ ସିରିଜ ଚୋରି
ଚିକିଟି,(ଦୀପ୍ତି ରଞ୍ଜନ ପାଢ଼ୀ): କେ.ନୂଆଗାଁ ଥାନା ଅଞ୍ଚଳରେ ପୋଲିସ କୁ ଖୋଲା ଖୋଲି ଭାବେ ଚାଲେଞ୍ଜ ଦେଇ ଥାନା ଓ ଫାଣ୍ଡି ନିକଟରୁ ଚୋରି କରିଛନ୍ତି ଦୁର୍ବୁର୍ତ୍ତ.ଫଳରେ ସେମାନଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟି ଥିଲେ ମଧ୍ୟ ହାତ ଖାଲି ରହିଛି। କର୍ମଚାରୀ ଅଭାବ ସାଙ୍ଗକୁ ଚୋର ମାନେ କେ.ନୂଆଗାଁ,ଲିଆଖାଇ,ବାହିନୀ ପତି,ଚିକିଟି ଚକ୍ଷୁ ଚିକିତ୍ସାଳୟ,ଓ କରବାଲୁଆ ନୁଆସାହି ରେ ସିରିଜ ଚୋରି ହୋଇଥିଲା। ଫଳରେ ରେ ପୋଲିସ ଚିନ୍ତା ରେ ରହିଥିବା ବେଳେ ପେଟ୍ରୋଲିଙ୍ଗ କୁ କଡା କଡି ମଧ୍ୟ କରାଯାଇଛି। ହେଲେ ବୁଧବାର ମଧ୍ୟ ରାତ୍ରି ରେ ଧାନଘର ମୁକ୍ତାପୁର ଯିବା ରାସ୍ତା ରେ ଗିରିଧାରୀ ସାହୁ ଙ୍କ ଘରୁ ଚୋରି ଅକଲ ଗୁଡ଼ୁମ କରି ଦେଇଛି ପୋଲିସ ର.ବାଡ଼ିପଟୁ ଗ୍ରିଲ ଓ କବାଟ ଭାଙ୍ଗି 15 ଭରି ସୁନା ଛଅ ଭରି ରୁପା,20ହଜାର ସାଙ୍ଗକୁ ଘରୋଇ ଆସବାବ ପତ୍ର ଚୋରି କରି ନେଇଛନ୍ତି ଦୁର୍ବୁର୍ତ୍ତ.ଘଟଣା ପରେ ପୋଲିସ ତତ୍ପରତା ପ୍ରକାଶ କରି ଥାନା ଅଧିକାରୀ ବିଶ୍ୱଜିତ ମହାପାତ୍ର ଓ ଧାନଘର ଫାଣ୍ଡି ଅଧିକାରୀ ଗୌତମ ସାହୁ ପହଞ୍ଚି ଛାନ ଭିନ ଚଳେଇଛନ୍ତି.ସାଇଣ୍ଟିଫିକ ଟିମ ଓ ପୋଲିସ କୁକୁର ଆସି ଅନୁସନ୍ଧାନ କରି ଫେରିଥିବା ବେଳେ ଲଗାତାର ଚୋରି ଫଳରେ ଅଞ୍ଚଳ ରେ ଭୟ ସୃଷ୍ଟି ହୋଇଛି।


