ମେଗା ପାନୀୟଜଳ ପ୍ରକଳ୍ପ ଫେଲ୍: ୧୧୨ ପରିବାର ପାଣି ପାଇବାରୁ ବଞ୍ଚିତ
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ କଅଁଳେଇ ବାଲିପାଳ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ଫେଲ ମାରିଛି। ଯାହାଦ୍ୱାରା ଗାଁର ୧୧୨ ପରିବାର ପିଇବା ପାଣି ପାଇବାରୁ ବଞ୍ଚିତ ହୋଇ ନାନା ସମସ୍ୟାର ସମୁଖୀନ ହେଉଛନ୍ତି। ଗ୍ରାମରେ ଘରେ ଘରେ ଟ୍ୟାପ୍ ଓ ପାଇପ୍ ସଂଯୋଗ ହୋଇଥିଲେ ମଧ୍ୟ ପାଣି ଆସିବାର ନାଁ ଗନ୍ଧ ନଥିବା ଅଭିଯୋଗ ହୋଇଛି । ଗ୍ରାମର ମୋଟ ୧୪୨ପରିବାର ମଧ୍ୟରୁ ପ୍ରାୟ ୩୦ ପରିବାରକୁ ମାତ୍ର ପାଣି ମିଳୁଥୁବା ବେଳେ ଅନ୍ୟ ପରିବାର ଗୁଡ଼ିକ ପାଣି ପାଣି ସୁବିଧରୁ ବଞ୍ଚିତ ଅଛନ୍ତି । ବିଶେଷକରି ସମତଳ ଅଞ୍ଚଳରେ ଥିବା ଘରଗୁଡ଼ିକୁ ପାଣି ମିଳୁଥୁବା ବେଳେ ଉଚ୍ଚ ସ୍ଥାନରେ ରହିଥିବା ପରିବାରର ଲୋକମାନେ କେବଳ ଟ୍ୟାପ୍ ଓ ପାଇପ୍ ସଂଯୋଗରେ ସୀମିତ ରହିଛନ୍ତି ।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁ ରେ ନଳକୂପ ଥିଲେ ବି ସେଥିରେ ଆଇରନ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନି। ବିଶେଷକରି ଏହି ଗ୍ରାମ ପଇଁ ଏକ ସ୍ବତନ୍ତ୍ର ଉଚ୍ଚ ପାଣି ଟାଙ୍କି ବ୍ୟବସ୍ଥା କରାଗଲେ ସମସ୍ତ ପରିବାରକୁ ସଠିକ ଭାବେ ପାଣି ଯୋଗାଣ ସମ୍ଭବ ହେବ | ବର୍ତ୍ତମାନ ପରିସ୍ଥିତିରେ ଅନେକ ପରିବାର ଦୂରଦୂରନ୍ତରୁ ପାଣି ଆଣି ଦୈନନ୍ଦିନ କାମ ଚଳାଉଛନ୍ତି। ଏନେଇ ଗ୍ରାମବାସୀ ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଜଣାଇ ଶୀଘ୍ର ସମସ୍ୟାର ସମାଧାନ କରିବା ସହ କଅଁଳେଇ ବାଲିପାଳ ଗ୍ରାମ ପାଇଁ ସ୍ବତନ୍ତ୍ର ପାଣି ପାଣି ଟାଙ୍କି ନିର୍ମାଣ ପାଇଁ ବୁଦ୍ଧିରାମ ପୂର୍ତ୍ତି, ରାଉତ ହୋ, କୁନା ଗୋଇପାଇ, ରାଜନ ସୋରେନ, ନିଶିକାନ୍ତ ନାଇକ, ଟୁନା ସିମିନିକିଆ, ସୁନାରାମ ପୂର୍ତ୍ତି, ସାଉଁରି ପୂର୍ତ୍ତି, ମକରୀ ସଲଙ୍ଗି, ରାମଚନ୍ଦ୍ର ଟୁଡୁ, ହେମନ୍ତ ମାଝୀ, ସୁଭଦ୍ରା ସିମିନିକିଆ, ନରି ନାଇକ, ମାସୁରି ହୋ, କୁନା ପ୍ରଧାନ, ମୁନା ହୋ, ନାରାୟଣ ହୋ, ମାନି ପୂର୍ତ୍ତି, ପାଲ ହୋ, ରିତା ସୋରେନ୍ ପ୍ରମୁଖ ଦାବି କରିଛନ୍ତି ।


