୨୨ରେ ବିଜେଡିର ମହିଳା ସମାବେଶ ପାଇଁ ବୈଠକ
ହାଟଡିହି (ଓ୍ବାଇଏନଏସ): ବିଜେଡି ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ମହିଳା ସମାବେଶ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଆଜି ଇଞ୍ଚଳ ଠାରେ ଏକ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଧାୟକ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଓଝା, ବିକ୍ରମ କେଶରୀ ବିଶ୍ୱାଳ, ଶତ୍ରୁଘ୍ନ ପାତ୍ର, କାମପାଳ ନାୟକ, ବୀରେନ୍ଦ୍ର ବିଶ୍ୱାଳ, ବିଶ୍ୱନାଥ ନାୟକ, ଗୌରାଙ୍ଗ ରଣା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଦୀପ୍ତି ରଞ୍ଜନ ଦାସ, ଦିଲୀପ ମଲ୍ଲିକ, ସରପଞ୍ଚ ଅଜିତ ରାଉତ, ଧୁଶାସନ ସାହୁ, ଧୁଶାସନ ବେହେରା, ମହିଳା ସଭାନେତ୍ରୀ ସାବିତ୍ରୀ ସା, କୁଳମଣି ରାଉତ, ବିନୋଦ ସିଂ ଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା ଯୋଗଦେଇ ଆଗାମୀ ୨୨ତାରିଖରେ ଏହି ସମାବେଶ କରିବାକୁ ନିଷ୍ପତି ନେଇଛନ୍ତି। ଛେନାପଦି ଛକରୁ ମହିଳାମାନେ ଏକ ଶୋଭାଯାତ୍ରାରେ ହାଟଡିହି ପର୍ଯ୍ୟନ୍ତ ଯାଇ ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗଦେବେ ବୋଲି ନିଷ୍ପତି ହୋଇଛି।


