ଉଚ୍ଚ ନ୍ୟାୟାଳୟ ଚିଠି ଦେଖାଇ ଦୃନୀତି ଗ୍ରସ୍ତ ଏମଡିଙ୍କୁ କାର୍ଯ୍ୟରୁ ତଡ଼ିଲେ କମିଟି ସଦସ୍ୟ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ବହୁ ଚର୍ଚ୍ଚିତ ଲ୍ୟାମ୍ପ ଏମଡିଙ୍କ ଚାଷୀ ଓ ସାଧାରଣ ଲୋକଙ୍କ ଟଙ୍କା ଆତ୍ମସାତ କରିବା ଘଟଣାରେ ଆଜି କମିଟି ନିଷ୍ପତି କ୍ରମେ ତଡା ଖାଇଛନ୍ତି ପୂର୍ବତନ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀ।ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର  ଏକ ମାତ୍ର ସମବାୟ ସମିତିରେ ୭୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିଜେ ଦାୟିତ୍ୱରେ ଥିବା ସମୟତ୍ର ହାଡ଼ପ କରିବା ସହ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ୧୫୫ପୃଷ୍ଠା ପ୍ରମାଣ ହୋଇଥିବା ଡ଼ିଆରସିଏସଙ୍କ ନିକଟରେ ରହିଛି।ଦୁର୍ନୀତିର ସମସ୍ତ ଘଟଣାକୁ ନେଇ ଲ୍ୟାମ୍ପ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ଙ୍କ ମଧ୍ୟରେ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସଭାପତି ଶଙ୍କର ହୁଇକାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ୭୫ଲକ୍ଷ ଟଙ୍କାରୁ ଅଧିକ ଦୁର୍ନୀତି ଗ୍ରସ୍ତ ଅର୍ଥ ଆତ୍ମସାତ କରିଥିବା ଏମଡି ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ବିରୁଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏଆରସିଏସ ଜନ୍ମଜୟ ମହାପାତ୍ର କମିଟି ଉପରେ କଣ ନିର୍ଣ୍ଣୟ ନେବେ ବୋଲି ଦାୟିତ୍ୱ ଦେଇଥିଲେ।ଗତ ୧୫ ତାରିଖ ଜରୁରୀ ବୈଠକରେ କେବଳ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ରିଜୁଲେସନ ହୋଇଥିଲା।  କୁଆଡେ ଟଙ୍କା ଆତ୍ମସାତ କରିଥିବା ଏମଡି କମିଟି ଓ ଜିଲ୍ଲା ସମବାୟ ଉପ ନିବନ୍ଧକଙ୍କ ବିରୁଦ୍ଧରେ ଉଛ ନ୍ୟାୟାଳୟ ରେ ଲଢ଼ିବି ବୋଲି କାହି ଦାୟିତ୍ୱ ଦେଈ ନଥିଲେ । କେଶରେ ଜିତିବା ପର୍ଯ୍ୟନ୍ତ ଏମଡି ପଦ ଛାଡିବିନାହିଁ ବୋଲି ମନା କରିଦେଇଥିଲେ। ପରେ କମିଟି ସଦସ୍ୟଙ୍କଧ୍ୟରେ ପାଟିତୁଣ୍ଡ ହେବା ପରେ ଦାୟିତ୍ୱ ଦେଵିବୋଲି  ପାସ ବହି, ସାର ଲାଇସେନ୍ସ, ଚେକ ବହି ପ୍ରଦାନ କରିଥିବା ଜଣା ପଡିଛି।୭୫ଲକ୍ଷଟଙ୍କା ଆତ୍ମସାତ କରିଥିବା ପ୍ରମାଣ ମିଳିବା ପରେ  ଦାୟିତ୍ୱ ହସ୍ତାନ୍ତର ପାଇଁ ବୈଠକ କରି ସାରି ଦେଇଥିଲେ। ଏତେ ଗୁଡ଼ାଏ ଟଙ୍କା ସମିତି ଓ କେସିସି ବ୍ୟାଙ୍କରୁ ବେଆଇନ ଭାବରେ ମିଥ୍ୟା ଗ୍ରହକ ଓ ମୃତବ୍ୟକ୍ତିଙ୍କ ନାମରେ ଉଠାଇ ନେବା ଘଟଣା ଏବେ ରାଜ୍ୟ ସରକାର, ଭିଜିଲାନ୍ସ, ଜିଲ୍ଲା ପ୍ରଶାସନ ଓ ସମବାୟ ସଚିବଙ୍କ ନିକଟରେ ପହଁଚିଛି। କିନ୍ତୁ ଟଙ୍କା ଆଦାୟ କରାଯାଇନଥିବା ଆଶ୍ଚର୍ଯ୍ୟ କରିଛି ସାଧାରଣ ଲୋକଙ୍କୁ । ସେତେବେଳେ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ କହିଥିଲେ କମିଟି। କିନ୍ତୁ ସତଦିନ ସମୟ ମାଗିଥିଲେ ଓ ଗଡାଇ ଚାଲିଲେ ଏମଡି ତ୍ରିପାଠୀ। କିନ୍ତୁ ଆଜିଯାଏ ଦାୟିତ୍ୱ ହସ୍ତାନ୍ତର କରି ନଥିବାରୁ ୧୮ ଦିନହେବ ଲେମ୍ପ ଓ ବ୍ୟାଙ୍କ ରେ କୌଣସି କାର୍ଯ୍ୟ ହେଉନି। କୋୖଣସି ଚାଷୀ, ଏସେଚଜି, ଜମାକାରୀ କାର୍ଯ୍ୟ ପାଇଁ ଗଲେ କିଏବି କର୍ମଚାରୀ ରହୁ ନାହାନ୍ତି। ସିଲା ନିରୋଞ୍ଜନଙ୍କୁ ଦାୟିତ୍ୱ ହାତନ୍ତ କରିବାର ଥିଲେ ମଧ୍ୟ ଦୁର୍ନୀତି ଗ୍ରସ୍ତ ଏମଡି ଲେଡଜର, ଫାଇଲ, ଜମା ଖାତା, ପାସ ବହି,ରସିଦ ଭଳି ଅନେକ ଗୁରୁତ୍ୱ ପୁର୍ଣ ନଥିପତ୍ର ପ୍ରଦାନ କରିନଥିବାରୁ ଲ୍ୟାମ୍ପ ଓ ବ୍ୟାଙ୍କ ଏକ ରକମ ଅଚଳ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଯଦି ଏମଡି ତାରିଣୀ ତ୍ରିପାଠୀ  ଭିଜିଲାନ୍ସ ଜୟପୁର ଡିଭିଜନ କଲ୍ୟାଣସିଂହପୁର ଲ୍ୟାମ୍ପରେ ତଦନ୍ତ କଲେ ଆହୁରି ଅଧିକ ତଥ୍ୟ ପଦାକୁ ଆସିବ ବୋଲି କୁହା ଯାଉଛି।ଲ୍ୟାମ୍ପ ଓ ବ୍ୟାଙ୍କକୁ ତଦାରଖ କରିବା ପାଇଁ ପ୍ରତିମାସରେ ଦୁଇଥର ଆସୁଥିବା ସୁପ୍ରଭାଇଜର ଆସି ତଦାରଖ କରିଥିଲେ ସିନା କେମିତି ଜାଣି ପାରିଲେ ନାହିଁ ବୋଲି ସନ୍ଦେହେ ପ୍ରକାଶ ପାଉଛି।ପୁଣି ଆଜି ସମସ୍ତ ପରିଚାଳନା କମିଟି ବୈଠକ କରି ଦାଇତ୍ୱ ଓ ଲେଜର ଦେବାପାଇଁ କହିଥିଲେ ମଧ୍ୟ ଦୁର୍ନୀତି ଗସ୍ତ ଏମଡି ତ୍ରିପାଠୀ ଦାଇତ୍ୱ ଦେବାପାଇଁ ଅମଙ୍ଗ ହୋଥିଲେ।ପରେ ଏକ ଉଚ୍ଚନ୍ୟାୟଳୟ ର ଏକ ଚିଠି ଦେଖାଇ ପୁଣି ପଦ ଛାଡ଼ିବି ନାହିଁ ବୋଲି କହିଥିଲେ। ଏହି ଚିଠିରେ ଏଆରସିଏସ ଜନ୍ମଜୟ ମହାପାତ୍ର, ସିଲା ନିରଞ୍ଜନ ଓ କମିଟିର ନାମ ଉଲେଖ ରହିଛି। ମୋ ବିରୁଦ୍ଧରେ ହୋଇଥିବା ଅଭିଯୋଗ ମିଥ୍ୟା ମୋଠାରୁ ବଳ ପ୍ରୟାଗ କରି କମିଟିର ଅନିଚ୍ଛା ସହ ଏଆରସିଏସ ଦାୟିତ୍ୱ ଛଡାଇ ନେଇଥିବା ଉଚ୍ଚନ୍ୟା୍ୟଳୟ ଠାରେ ପିଟିସନରେ ଆଗତ କରିଛନ୍ତି ଏମଡି ତ୍ରିପାଠୀ।କିନ୍ତୁ ଉକ୍ତ ଚିଠି ଅସଲିକି ନକଲି ଆମେ ଜାଣିନୁ ଟଙ୍କା ଲ୍ୟାମ୍ପର ଓ ବ୍ୟାଙ୍କର ଖାଇଛୁ ଜଳଦି ପଦ ତ୍ୟାଗଙ୍କର ବୋଲି ଧମକଇବା ପରେ କୁଆଡେ ଦାୟିତ୍ୱ ଦେଇଥିବା ଜଣେ କମିଟି ସଭ୍ୟ ପ୍ରକାଶ କରିଛନ୍ତି। ୧୭. ୫. ୨୬ ତାରିଖ ମଧ୍ୟରେ ସମସ୍ତ ଟଙ୍କା ପ୍ରଦାନ ନକଲେ ୧୮ତାରିଖରେ ଏମଡିଙ୍କ ନାମରେ କଲ୍ୟାଣସିଂହପୁର ଥାନାରେ ଲିଖିତ ଏତଲା ଦିଆଯିବ ବୋଲି ଶ୍ରୀ କୌଶଲ୍ୟା ପ୍ରକାଶ କରିଛନ୍ତି।ଏହି ବୈଠକରେ ଉପ ସଭାପତି ପ୍ରମିଳା କାଡ୍ରାକା,ସୁନ୍ଦରରାଓ ବାଗ, ଆପଲସ୍ୱାମୀ କୌଶଲ୍ୟା, ରମାକାନ୍ତ ପରିଛା,କାମସିଙ୍ଗି ତିମାକା, ଧନସିଂ ଟିମକା ବିଆସି ସାଲା ନିରଞ୍ଜନ ଓ କର୍ମଚାରୀ ମାନେ ଉପସ୍ଥିତରେ ଜବର ଦସ୍ତ ଦାୟିତ୍ୱରୁ ହଟାଇ ଦିଆଗଲା।  ଜିଲାପାଳ, ଓ ସମବାୟ ବିଭାଗ କଣ ଆଗକୁ ପଦକ୍ଷେ ନେଉଛି ସାଧାରଣରେ ଲୋକେ ଅପେକ୍ଷା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ