ଶାଳଣିଆଁରେ ୨୭ରୁ ବାଦୀପାଲା ଉତ୍ସବ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାଳଣିଆଁ ଗୋଠସାହି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୨୭ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି  ସତ୍ୟନାରାୟଣ ପାଲାମଣ୍ଡପରେ ବାଦୀପାଲା ଅନୁଷ୍ଠିତ ହେବ l ଏଥିରେ ଦୁଇ ପ୍ରତିଦ୍ବନ୍ଦୀ  ଗାୟକ ବାଣୀଭୁଷଣ ପ୍ରଭାକର ପାଣି ଏବଂ ଗାୟକ ସୌରଭ ରଞ୍ଜିତ ମିଶ୍ର ପାଲା ପରିବେଷଣ କରିବେ l ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଏ ଅଞ୍ଚଳର ଏକ ସର୍ବ ପୁରାତନ ପାଲା ଅନୁଷ୍ଠାନ ହୋଇଥିବାରୁ କିପରି ସରସ ସୁନ୍ଦର ହୋଇ ପାରିବ ସେନେଇ ଆଲୋଚନା କରାଯିବା ସହିତ ଶାନ୍ତି ଶୃଙ୍ଖକାର ସହ ଏହି ବାଦୀ ପାଲା ଉତ୍ସବ ସାରିବାକୁ ନିଷ୍ପତି ହୋଇଥିଲା।  ଏଣୁ ସମସ୍ତ କଳାପ୍ରେମୀ, ସାହିତ୍ୟପିପାସୁ ଦର୍ଶକ ମାନେ ଉପସ୍ଥିତ ହୋଇ ସତ୍ୟନାରାୟଣଙ୍କ କୃପା ଲାଭ କରିବାକୁ ପାଲା କମିଟିର ସଦସ୍ୟ ମାନେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ