ଡିଜେଲ ବିକ୍ରିରେ କଳାବଜାର କରବାର ଅଭିଯୋଗ: ଯୋଗାଣ ବିଭାଗ ନିଦାବିଷ୍ଣୁ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ମଧ୍ୟପ୍ରାଶ୍ଚ୍ୟ ଦେଶରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ହରମୁଜ ଦେଈ ଦେଶକୁ ପେଟ୍ରୋଲ ଆସିବା କଷ୍ଟ ହେଉଥିବାରୁ ତେଲର ଶଙ୍କଟ ଦେଖା ଦେଇଛି। ଏହାର ସୁଯୋଗ ନେଇ କିଛି ପେଟ୍ରୋଲ ପମ୍ପ ମାଲିକ କଳା ବେପାର ଚଲାଈ ଦେଇଥିବା ଦେଖିବାକୁ ମିଳୁଛି। ଏମିତି ଘଟଣା ଦେଖିବାକୁ ମିଳୁଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଆଇଓସିଏଲ କମ୍ପାନୀ ଉମାଶଙ୍କର ପେଟ୍ରଲ ପମ୍ପରେ। ରାଜ୍ୟରେ ପେଟ୍ରଲ ଡିଜେଲ ଶଙ୍କଟ ଦେଖାଦେଇଥିବା ବେଳେ ଦର ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ସରକାର ଶିଳ୍ପ ଖଣି ଓ କଳ କାରଖାନା ଠିକା କମ୍ପାନୀ ପାଇଁ ପେଟ୍ରଲ ଓ ଡିଜେଲ ଦର ସାଧାରଣଙ୍କ ଠାରୁ ଅଧିକା ୧୪୨ ଟଙ୍କା ଦର ଆଇସିଏଲ ଧର୍ଯ୍ୟ ରଖିଛି। ବର୍ତମାନ ପରିସ୍ଥିତିରେ କଳକାରଖାନା(ଇଣ୍ଡେଷ୍ଟଲ ଡିଜେଲ )ପାଇଁ ବ୍ୟବହୃତ ହେଉଥିବା ଯାନ ବାହାନ ପାଇଁ ଡିଜେଲ ୧୪୨ଟଙ୍କା, ସାଧାରଣ ଲୋକଙ୍କ ପାଇଁ ୯୮ଟଙ୍କା ଥିବାବେଳେ  କଲ୍ୟାଣସିଂହପୁର ଇଣ୍ଡିଆନ ଓଏଲ ପାମ୍ପରେ ଚାଷୀଙ୍କ ସେବାରେ ଆସିଥିଵା ଡିଜେଲକୁ ରାତି ଅଧିଆ ଚୋରାରେ କଳ କାରଖାନା ଓ ରେଳ ଲାଇନରେ କାର୍ଯ୍ୟ କରୁଥିବା ଠିକା କମ୍ପାନୀ ନିର୍ମାଣରେ ବ୍ୟବହାର ହେଉଥିବା ବଡ଼ବଡ଼ ଯାନରେ  ବେପାର ଚାଲୁଥିବା ଦେଖିବାକୁ ମିଳୁଛି।ଯାହାକି ଦୁଇ ଦନୀରେ ପ୍ରାୟ ୩୦ହଜାର ଲିଟରରୁ ଅଧିକ ଡିଜେଲ ଦଶରୁ ପନ୍ଦର ଟଙ୍କା ଅଧିକରେ ବିକ୍ରି କରିଦରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ରାତୀରେ ଡିଜେଲ ଆସିଲେ ସକାଳେ ନୋ ଷ୍ଟୋକ ବୋଲି ବୋର୍ଡ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ ମାନେ। ପେଟ୍ରୋଲ ଓ ଡିଜେଲ ଶଙ୍କଟ ସମୟରେ ଏଭଳି ଚୋରାରେ ବିକ୍ରି କରିଦେଉଥିବାରୁ ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପାଇଁ ଡିଜେଲ ମିଳୁନି ବୋଲି ପ୍ରକାଶ କରିଛନ୍ତି। ପେଟ୍ରୋଲ ପମ୍ପ ଗୁଡାକରେ ଏଭଳି କେବେ ମଧ୍ୟ ବିକ୍ରି ହୋଇନଥିବା ବେଳେ ଗତ ଦୁଇ ରାତି ମଧ୍ୟରେ କିଭଳି ବିକ୍ରି ହୋଇ ଗଲା ତାହା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଏଭଳି ଗଟଣା ଯୋଗାଣ ବିଭାଗ ଓ ପମ୍ପ ମାଲିକ ମଧ୍ୟରେ ସାଣ୍ଠ ଗାଣ୍ଠ ଥିବା ସ୍ପଷ୍ଟ ହୋଇଛି ବୋଲି ଚାଷୀ ଅଭିଯୋଗ ହୋଇଛି। ଯଦି କୌଣସି କଳା କରବାର ହୋଇନି ତେବେ ବିଭାଗ ଓ ଜିଲ୍ଲା ପ୍ରଶାସନ ଶିଶିଟିଭି ଯାଞ୍ଚ ଓ କେତେବେଳେ ତେଲ ଆସିଲା କେତେବେଳେ ବିକ୍ରୀହେଲା ଯାଞ୍ଚ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହୋଇଛି।ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଶବର ଙ୍କୁ ପଚାରିବାରୁ ଆମେ ଖାଲି ତଦାରଖ କରିବୁ ସିନା କିଏ ରାତି ବିକ୍ରୀକରୀବ ତାହା ଆଇଓସିଇଲ ବୁଝିବ ବୋଲି ପ୍ରକାଶ କରିଛନ୍ତି। ଅଧିକତିଙ୍କ ଏହି ଉକ୍ତିରୁ ସ୍ପଷ୍ଟ ଜଣା ପଡିଛି ପେଟ୍ରଲ ପମ୍ପ ଗୁଡାକ ଯୋଗାଣ ବିଭାଗ ନାହିଁ ବୋଲି। ଏମିତି କଳା ବଜାରୀ ରୋକିବା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ