କଲ୍ୟାଣସିଂପୁର ଦୁର୍ଗମ ଅଞ୍ଚଳକୁ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଗସ୍ତ

ଲାଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଦୁର୍ଗମ ପାର୍ଶାଲି ପଂଚାୟତକୁ ଗସ୍ତ କରିଛନ୍ତି ମୁଖ୍ୟ ଉନ୍ନୟନ  ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ। ଦୁର୍ଗମ ଗ୍ରାମରେ କିଭଳି ଚାଲିଛି ଉନ୍ନୟନ କାର୍ଯ୍ୟ ପରଖି ଦେଖିଲେ।ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରତମେ ସମୀକ୍ଷା ପରେ ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ।କିଭଳି ପିଏମ ଜନମନ ଘର ଆଗାମି  ୧ ମାସ ମଧ୍ୟରେ ଅର୍ଥାତ ଜୁନ୍ ଶେଷ ସୁଧା  କାର୍ଯ୍ୟ ଶେଷ କରାଯିବ ତାହାର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବା ପାଇଁ ବିଡିଓ ମନୀଷା ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ଓ ଜିଲ୍ଲା ପ୍ରଶାସନ ମିଳିତରର ଗ୍ରାଉଣ୍ଡ ଜିରୋକୁ ବାଙ୍ଗାପଡ଼ି ଗ୍ରାମରେ ପହଁଚି ଥିଲେ। ଗ୍ରାମକୁ ରାସ୍ତା ନଥିବାରୁ ଅଧା ରାସ୍ତାରେ ଗାଡ଼ି ରଖୀ ଚାଲି ଚାଲି ଯାଇ  ବାଙ୍ଗାପାଡି ଗ୍ରାମରେ ପହଞ୍ଚିଥିଲେ ସେଠାକାର  ସରକାରଙ୍କ ଦ୍ବାରା ଦିଆଯାଉଥ‌ିବା ସମସ୍ତ ସୁବିଧା ସୁଯୋଗ ଯଥା-  ସ୍ବାସ୍ଥ୍ୟ ବ୍ୟବସ୍ଥା, ଅଙ୍ଗନୱାଡ଼ି ପିଲାଙ୍କ  ଖାଦ୍ୟ, ରାସନ୍, ପିଇବା ପାଣି,ବିଜୁଳି ଇତ୍ୟାଦି ଡାଙ୍ଗରିଆଙ୍କ ନିକଟରେ ପହଞ୍ଚୁଛି କି ନାହି ଲୋକଙ୍କ ସହ ଆଲୋଚନା କରିଥିଲେ।ଆଗକୁ ବର୍ଷାଦିନରେ ରାସ୍ତା ପ୍ରମୁଖ ସମସ୍ୟା  ଯୋଗୁଁ ପିଏମ ଜନମନରେ ଠିକ ସମୟରେ ଘର କାର୍ଯ୍ୟ ସାରିବା  ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସମସ୍ତ ଅଧୂକାରୀ ନିକଟରେ ଥିବା ଦୁର୍ଗମ ଗ୍ରାମ ନିଶିଖାଲକୁ ଗସ୍ତ କରିଥିଲେ। ନିର୍ଗୁଣ୍ଡି ଠାରୁ ନିଶିଖାଲ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅନୁଧ୍ୟାନ କରିଥିଲେ ଏବଂ ଆରଡ଼ି ବିଭାଗର ଅଧୂକାରୀ ମାନଙ୍କୁ ସେହି ରାସ୍ତାକୁନିର୍ମାଣ  କରିବା ପାଇଁ କହିଥିଲେ।ଏହିରାସ୍ତା ହେଲେ ମୁନିଗୁଡା ବ୍ଲକ ସହ ଯୋଗାଯୋଗ ହୋଇ ଲୋକଙ୍କୁ ସୁବିଧା ହେବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାରେ ଧାର୍ଯ୍ୟ ୭୭୦୧ ପିଏମ ଜନମନ ଘର ମଧ୍ୟରୁ ଆଜି ପର୍ଯ୍ୟନ୍ତ ୬୬୫୮ ଘର କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି।  ଆଉମାତ୍ର ୧୪ ପ୍ରତିଶତ ଘର କାମ ଶୀଘ୍ର ସାରିବା ପାଇଁ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧୂକାରୀଙ୍କ ସମେତ ଚାରି ଗୋଟି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧୂକାରୀ ମାନେ ତତ୍ପରହୋଇ କାର୍ଯ୍ୟrntu ।ଏହି କାର୍ଯ୍ୟକ୍ରମରେ କଲ୍ୟାଣସିଂପୁର ବିଡ଼ିଓ ନିର୍ବାହୀ ଯନ୍ତ୍ରୀ, ପ୍ରକଳ୍ପ ପରିଚାଳକ  ଗ୍ରାମୀଣ ଗୃହ ବିଭାଗ,ସମିତି ସଭ୍ୟ,ସରପଞ୍ଚ, କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୂକାରୀ ମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ