ଯୁକ୍ତଦୁଇ ପରୀକ୍ଷାରେ ଛତ୍ରଛତ୍ରୀଙ୍କ ସଫଳତା

ହାଟଡିହି (ଓ୍ବାଇଏନଏସ): ଚଳିତ ଯୁକ୍ତ୨ ପରୀକ୍ଷାରେ ହାଟଡିହି ବ୍ଲକର ଅନେକ ଛାତ୍ରଛାତ୍ରୀ ବିଶେଷ ସଫଳତା ହାସଲ କରିଛନ୍ତି। ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ଚିତ୍ରେଶ୍ୱରୀ ବେହେରା  ଉପେନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋର ରେ ଅଧୟନ କରୁଥିବା ବେଳେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ୫୮୭ ନମ୍ବର ତଥା ୯୭. ୮୩% ମାର୍କ ରଖି ଗ୍ରାମ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ସେ ମଧ୍ୟ ମାଟ୍ରିକ ପରୀକ୍ଷା ରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରୁ ୫୫୧ନମ୍ବର ରଖି ଏ-୧ରେ ଉତୀର୍ଣ୍ଣ ହୋଇଥିଲେ। ସେ ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବେ ବୋଲି ଆଶା ରଖିଛନ୍ତି।  ସେହିପରି ଅକରୁଆ ପଞ୍ଚାୟତ ଅମ୍ବାଗଡ଼ିଆ ଗ୍ରାମର ରୋହିତ ସାହୁ ଓ ତିଳୋତ୍ତମା ସାହୁଙ୍କ ସୁପୁତ୍ର ଅଂଶୁମାନ ସାହୁ ଯାଜପୁର ରୋଡ଼ ସ୍ଥିତ ପ୍ରୟାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ପଢ଼ୁଥିବା ବେଳେ ୯୭.୧୬ % ଅର୍ଥାତ ୫୮୩ ନମ୍ବର ରଖି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି। ସେହିପରି ମଲ୍ହାରାପଦା ଗ୍ରାମର ସ୍ୱସ୍ତିକା ସାହୁ ଉପେନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋରରେ ଅଧୟନ କରୁଥିବା ବେଳେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେ ୫୪୬ ନମ୍ବର ରଖି ତଥା ଗ୍ରାମ ତଥା ଅଂଚଳ ପାଇଁ ଗୌରବ ଆଣିଛନ୍ତି l ସେହିପରି ଅଁରା ଗ୍ରାମର ଶ୍ରୀକାନ୍ତ ରାଜ ଓ ମାତା ସବିତାରାଣୀ ଜେନାଙ୍କ ପୁଅ ସାଇ ଶୁଭମ ରାଜ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଯୁକ୍ତ ୨ ବିଜ୍ଞାନରେ ୫୪୨ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି। ଯାହାକୁ ନେଇ ଗ୍ରାମର ଖୁସିର ଲହରୀ ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ