ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

 ଛତ୍ରପୁର (ଓ୍ବାଇଏନଏସ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସହରର ଅପର ବସଷ୍ଟାଣ୍ଡ ଠାରେ ଥିବା ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରାଦ୍ଧ ଦିବସ ପୌର ପରିଷଦ ର ସଭାପତି କାଳିଆ ରାଉଳ ଙ୍କ ଅଧ୍ୟକ୍ଷତା ରେ ପାଳନ କରାଯାଇଛି । ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂତ୍ତିର୍ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଭାଗିରଥୀ ବେହେରା, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଅଶୋକ କୁମାର ପଟ୍ଟନାୟକ, କାଳୁ ଚରଣ ତ୍ରିପାଠୀ, ରଘୁନାଥ ଜ୍ୟୋତି, ଶତ୍ରୁଘ୍ନ ବେହେରା, ଲିଙ୍ଗରାଜ ନାୟଜ, ଗୋପୀନାଥ ନାୟଜ, ଏସ. ନାରାୟଣ ସ୍ୱାମୀ ଙ୍କ ସମେତ ବହୁ କଂଗ୍ରେସ  ନେତା ଓ କର୍ମୀମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ