ରାଜ୍ୟସ୍ତରୀୟ ସ୍କାଉଟ୍ସ ଓ ଗାଇଡ୍ସ ପୁରସ୍କାର ପ୍ରଦାନ ସମାରୋହ

ଆସିକା (ୱାଇଏନ୍‍ଏସ୍‍): ଭୁବନେଶ୍ୱର ସ୍ଥିତ ଲୋକଭବନର ନୁଆଁ ଅଭିଷେକ ହଲ୍‍ ପରିସରରେ ଅନୁଷ୍ଠିତ ହୋଇଥିବା ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ସମାରୋହରେ ଉଲ୍ଲେଖନୀୟ ପାରଦର୍ଶିତା ଲାଗି ଆସିକା ବିଜ୍ଞାନ ମହାବିଦ୍ୟାଳୟର ରୋଭର୍‍ ଆକାଶ ଗୌଡ ସମ୍ମାନିତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟସ୍ତରୀୟ ଉତ୍ସବରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସମ୍ମାନିତ ହୋଇଥିବା ଆସିକା ବିଜ୍ଞାନ ମହାବିଦ୍ୟାଳୟର ରୋଭର୍‍ ଆକାଶ ଗୌଡଙ୍କୁୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ଠାରୁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ରୋଭର୍‍ ସ୍ୱେଚ୍ଛାସେବୀ ଆକାଶ ଗୌଡ ପ୍ରଶଂସାପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଓଡିଶା ରାଜ୍ୟ ମୁଖ୍ୟ କମିଶନର୍‍ ତଥା ଜାତୀୟ ଉପାଧ୍ୟକ୍ଷ କାଳୀପ୍ରସାଦ ମିଶ୍ର, ରାଜ୍ୟ କମିଶନର୍‍ (ଗାଇଡ୍‍) ଡଃ ସିପ୍ରା ନାୟକ, ରାଜ୍ୟ କମିଶନର୍‍ (ଆଡଲ୍ଟ ରିସୋର୍ସ) ଶ୍ରୀମତୀ ଶୁଭଶ୍ରୀ ନନ୍ଦଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଅଧ୍ୟାପକ ତଥା ରୋଭର୍‍ ଲିଡର୍‍ ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବର୍ଷତମାମ ସ୍ୱେଚ୍ଛାସେବୀମାନେ ପରିବେଶର ସୁରକ୍ଷା ଲାଗି ଚାରାରୋପଣ ଠାରୁ ଆରମ୍ଭ କରି ସଡକ ସୁରକ୍ଷା ଜୀବନ ରକ୍ଷା, ସ୍ୱାସ୍ଥ୍ୟସେବା ଶିବିର, ବିଶ୍ୱ ଏଡ୍‍ସ୍‍ ଦିବସ, ଫାଇଲେରିଆ ସଚେତନତା, ସ୍ୱଚ୍ଛତା ଲାଗି ପରିମଳ ସଚେତନତା କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଅଭିଯାନ, ଆଜାଦି କା ଅମୃତ ମହୋତ୍ସବ, ହର୍‍ ଘର୍‍ ତ୍ରିରଙ୍ଗା ସମେତ ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମମାନ ବିଭିନ୍ନ ସମୟରେ ଆୟୋଜନ କରି ବେଶ୍‍ ପ୍ରଶଂସା ଲାଭ କରିଥିବା ନଜିର୍‍ ରହିଛି । ରାଜ୍ୟସ୍ତରୀୟ ଉତ୍ସବରେ ସମ୍ମାନିତ ହୋଇଥିବା ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରୋଭର୍‍ ଆକାଶ ଗୌଡଙ୍କ ସମେତ ଶଙ୍କର୍ଷଣ ପାତ୍ର, ରୁଦ୍ର ପ୍ରସାଦ ପାଣିଗ୍ରାହୀ, ଶୁଭମ୍‍ ମହାନ୍ତି, ଭୋଳା ସେଠୀ, ଶୁଭଙ୍କର ପ୍ରଧାନ, ଓମ୍‍ ପ୍ରଧାନ, ଏନ୍‍.ଗୁରୁ ପ୍ରସାଦ ଦୋରା, ଶୁଭମ୍‍ କୁମାର ରାଉତଙ୍କୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ବିଭୁତି ଭୂଷଣ ବେବର୍ତ୍ତା, ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଅଧ୍ୟାପକ ତଥା ରୋଭର୍‍ ଲିଡର୍‍ ସରୋଜ କୁମାର ପଣ୍ଡାଙ୍କ ସମେତ ବହୁ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକଙ୍କ ସମେତ ବିଦ୍ୟାର୍ଥୀମାନେ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ