ଶିଶୁଙ୍କୁ ଝୁଣି ଦେଲେ ୫ ବୁଲା କୁକୁର : ମୁଣ୍ଡରେ ଗଭୀର କ୍ଷତ

  ଦିଗପହଣ୍ଡି,(ଅଳକ ନାଥ ମିଶ୍ର ) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡା ଘରେ  ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମର ବିଶିକେଶନ ଗୌଡ଼ ଙ୍କ ଏକମାତ୍ର  ପୁଅ ଆରୁଷ କୁମାର ଗୌଡ଼(୬) ମାମୁ ଘର ଗାଁ  ମହାନଳା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଚଳିତବର୍ଷ  ପ୍ରଥମ ଶ୍ରେଣୀ ରେ ନାମ ଲେଖାଇଛନ୍ତି। ଆରୁଷ ଙ୍କୁ ୬ ବୁଲା କୁକୁର ଝୁଣି ଖଣ୍ଡିଆ ଖାବରା କରି ପକାଇଛନ୍ତି ।  ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ   ବ୍ରହ୍ମପୁର ବଡ ଡାକ୍ତରଖାନା ନିଆଯାଇଥିଲା ।ସେଠାରେ ଆବଶ୍ୟକ ଚିକିତ୍ସା ପରେ ଅଧିକା ଚିକିତ୍ସା ନିମନ୍ତେ ବ୍ରହ୍ମପୁର   ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ।ତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ମୁଣ୍ଡରେ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି ଆରୁଷ ଙ୍କ ମାମୁ ଜାଗେଲା ମହାଙ୍କୁଡ କହିଛନ୍ତି ।  କୁକୁର ତାଙ୍କ ମୁଣ୍ଡ ଖପୁରି ର କିଛି ଅଂଶ କୁ କାମୁଡ଼ି ଚୁଟି ସହିତ ମାଂସ ଟାଣି ନେଇଥିବା  ଯୋଗୁଁ ମୁଣ୍ଡର ଉପର ଭାଗରେ  ଗଭୀର କ୍ଷତ ହୋଇଥିବା ବେଳେ ମୁଁହ,ପିଠି ଓ ଶରୀରର ବିଭିନ୍ନ  ଭାଗ କୁ  କୁକୁର ପଲ କାମୁଡି କ୍ଷତାକ୍ତ କରିଥବା ଜଣାପଡିଛି ।ଶୁକ୍ରବାର ସକାଳ ପ୍ରାୟ ୧୧ ଟାରେ ଆରୁଷ ତାଙ୍କ ସମ୍ପର୍କୀୟ ଭାଇ ଆୟୁଷ ଏବଂ ସୌମ୍ୟଜିତ ୩ ସାଙ୍ଗ  ସାଇକେଲ ଚଳାଇ  ଖେଳୁଥିଲେ । ସୌମ୍ୟଜିତ ସାଇକେଲ ନେଇ ପାଣି ଆଣିବାକୁ ଯାଇଥିବା ବେଳେ ଆରୁଷ ଏବଂ ଆୟୁଷ ଙ୍କୁ କୁକୁର ପଲ ଗୋଡ଼ାଇଥିଲେ । ଆରୁଷ ଦୌଡ଼ି ନପାରି ତଳେ ପଡିଯିବାରୁ କୁକୁର ପଲ ତାଙ୍କୁ  କାମୁଡି ଚାଲିଥିଲେ । ପାଖରେ ଥିବା ଜଣେ ରାଜମିସ୍ତ୍ରୀ ସୁଶାନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ଘଉଡ଼ାଇବାରୁ କୁକୁର ପଲ ଚାଲିଯାଇଥିଲେ ।ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ