ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ସାଜିଛି ବାଧକ: ତେଜୁଛି ଅସନ୍ତୋଷ

ନାଉଗାଁ , ୨୬/୫(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ହାତୀ ଜୋର ଟି ଗଜରାଜପୁର ପଞ୍ଚାୟତର ଭାତପଡାରୁ ବାହାରି ଅଲଣାହାଟ , ନହଡ଼ିପଡ଼ା , ମୁଣ୍ଡାଳ , ବେଣାପଡା, ଓରଣ୍ଡ , ଜାମୁଗାଁ ଦେଇ ଛତିଆନା ଠାରେ ବାଉଁଶ ଜୋରୀ ସହିତ ମିଶିଛି | କାଳକ୍ରମେ ଏହାର ତଳମୁଣ୍ଡରେ କିଛି ସ୍ୱାର୍ଥବାଦୀ ଲୋକ ମାଟି ପକାଇ ଚାଷ ଜମି କରି ଦେଇଛନ୍ତି  | ତେଣୁ ବର୍ଷା ଦିନେ ଚାଷ ଜମିରୁ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି  ହାତୀଜୋର ର ଏକାଧିକ ସ୍ଥାନରେ ସରକାରୀ ଜମିରେ ମାଟି ବନ୍ଧ ନିର୍ମାଣ କରାଯାଇଛି | ଯାହାଫଳରେ ବର୍ଷା ଦିନରେ ଉଦ୍ଦବୃତ ପାଣି ନିଷ୍କାସନ ହୋଇ ନ ପାରି ଉତ୍ତର ପାର୍ଶ୍ୱ ଆଡକୁ ମୁଣ୍ଡାଳ, ମଧୁପୁର, ବେଣାପଡା ଆଦି ଚାଷଜମି ରେ ପାଣି ବୁଡ଼ିକି ହୋଇ ରହୁଛି | ଯାହାଫଳରେ ଅଧିକ ପାଣି ହେତୁ ଚାଷ କରିବା ସମ୍ଭବ ହୋଇ ପାରୁନାହିଁ | ଯଦି ସରକାର ବର୍ତମାନ ଠାରୁ ହାତୀ ଜୋର ର ପାଣି କୁ ନିଷ୍କାସନର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରା ନ ଯାଏ ତାହେଲେ ଆଗକୁ ସ୍ଥିତି ସଙ୍ଗିନୀ ହେବ ବୋଲି ସ୍ଥାନୀୟ ଚାଷୀ ଏବଂ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ପୂର୍ବତନ ସରପଞ୍ଚ  ନବକିଶୋର ମହାନ୍ତି ନାଉଗାଁ ତହସିଲଦାରଙ୍କୁ ଭେଟି ଆଲୋଚନା କରିଛନ୍ତି | ଅନ୍ୟପଟରେ ଜଳ ନିକାସ ବିଭାଗର  ସହକାରୀ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତ  ଏବଂ ନୂଆପାରୀ ଆରଆଇ ବିକ୍ରମ ତ୍ରିପାଠୀ ଘଟଣାସ୍ଥଳ ବୁଲି ଏହା ଉପରେ ତଦନ୍ତ କରି ରିପୋର୍ଟ ଉପ ଜିଲ୍ଲାପାଳଙ୍କୁ ଦାଖଲ କରିବେ ଜଣାଯାଇଛି | ଯଦି ଖୁବଶୀଘ୍ର ଏହାର ସମାଧାନ କରା ନ ଯାଏ ତାହେଲେ ଆନ୍ଦୋଳନ ହେବ ବୋଲି ଚାଷୀ ସୁଜିତ ମଲ୍ଲିକ ,ପୂର୍ଣ୍ଣିଚନ୍ଦ୍ର ମହାପାତ୍ର ତ୍ରିନାଥ ମହାନ୍ତି ,ଜଗନ୍ନାଥ ବେହେରା , ମହେନ୍ଦ୍ର ମଲ୍ଲିକ , ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ