ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‍ଏସ୍‍ଇ) ଦ୍ୱାରା ପରିଚାଳିତ ୨୦୨୫-୨୬ ଯୁକ୍ତ ଦୁଇ (ଦ୍ୱାଦଶ) ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଟପ୍ପର ହୋଇଥିବା ବିଦ୍ୟାର୍ଥୀଙ୍କୁ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଏକ ସ୍ୱତନ୍ତ୍ର ମେଧାବୀ ଅଭିନନ୍ଦନ ତଥା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମେଧାବୀ ଅଭିନନ୍ଦନ ଓ ପ୍ରତିଭା ସମ୍ମାନ ଏବଂ ମେଧାରତ୍ନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ତଥା ବିଶିଷ୍ଠ ଶିକ୍ଷାବିତ୍‍ ଡଃ ବିନୋଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଧାବୀ ଅଭିନନ୍ଦନ ତଥା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ଉପସଭାପତି ଦୁର୍ଗାପ୍ରସାଦ ପଣ୍ଡା, ସଂପାଦକ ପ୍ରତାପ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଦଣ୍ଡପାଣି ବେହେରା, ପ୍ରଧାନାଚାର୍ଯ୍ୟ ସୁନିଲ୍‍ କୁମାର ଗୌଡ, ସରସ୍ୱତୀ ବିଦ୍ୟାମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁରେନ୍ଦ୍ର ନାଥ ସାବତ, ଅଧ୍ୟାପକ ସୁରେନ୍ଦ୍ର କୁମାର ପାଢୀ, ପ୍ରିୟରଂଜନ ସାହୁ, ଅମିତ୍‍ ବିକ୍ରମ ମହାପାତ୍ର, ରାଜେଶ୍‍ କୁମାର ଜେନା, ବେବିନା ରାଣୀ ଚୌଧୁରୀ, ସୁଚିତ୍ରା ପାଢୀ, ସୌମ୍ୟରାଣୀ ଶତପଥୀ, ଗୁରୁଜି ସ୍ୱଦେଶ କୁମାର ଦଳେଇ ପ୍ରମୁଖ ଯୋଗଦେଇ ଉଚ୍ଚ ମାଧ୍ୟମିକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ଶିକ୍ଷାନୁଷ୍ଠାନର ବିଜ୍ଞାନ ପାଠ୍ୟକ୍ରମରେ ଟପ୍ପର ହୋଇଥିବା ମେଧାବୀ ବିଦ୍ୟାର୍ଥୀ ଜ୍ୟୋତିର୍ମୟୀ ଭଂଜ, ଲକ୍ଷ୍ମୀ ମହାନ୍ତି, ମହାଲକ୍ଷ୍ମୀ ରାଉତ, ଏମ୍‍.ଆଦ୍ୟାଶା ଦୋରା, ସ୍ମୃତିରଂଜନ ମଳିକ, ଶ୍ୱେତପ୍ରଜ୍ଞା ଜେନା, ଲକ୍ଷ୍ୟଜିତ୍‍ ରାଉତ, ଭବାନୀ ମହାନ୍ତି, ଉଷାରାଣୀ ପଣ୍ଡା, ଶୁଭ ସ୍ୱାଗତ ଦାଶଙ୍କୁ ସମ୍ବର୍ଦ୍ଧିତ କରି ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚିବାକୁ ହେଲେ ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥିଲା ବେଳେ ବିଦ୍ୟାର୍ଥୀମାନେ ଭଲ ପାଠ ପଢି ସୁନାଗରିକ ହୋଇ ନିଜ ପିତାମାତା ଓ ଶିକ୍ଷାନୁଷ୍ଠାନର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରିଥିଲେ । ଆସିକା ଅଞ୍ଚଳର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରୂପେ ପରିଚିତ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଆୟୋଜିତ ଏହି ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମରେ କୃତି ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ