ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବରେ ଖଣି ମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞ ର ତୃତୀୟ ଦିବସରେ ମଙ୍ଗଳବାର ରାଜ୍ୟ ଖଣି,ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇଥିଲେ।ଯଜ୍ଞ ପରିଚାଳନା କମିଟି ର ନିମନ୍ତ୍ରଣ ରକ୍ଷାକରି ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।ମନ୍ତ୍ରୀ ମହାଯଜ୍ଞ ସ୍ଥଳ ପରିଦର୍ଶନ କରିବା ସହ  ପୂଜାର୍ଚ୍ଚନା କରିଥିଲେ।ଯଜ୍ଞ ପରିଚାଳନା କମିଟି ସଭାପତି ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଉଦ୍ୟୋକ୍ତା ଅମ୍ବିକା ପ୍ରସାଦ ସେଠୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ, ବଡ଼ଖେମୁଣ୍ଡି ରାଜପୁତ୍ର ସିଦ୍ଧାନ୍ତ ଗଙ୍ଗଦେବ,ମହନ୍ତ ଚିନ୍ମୟାନନ୍ଦ ଦାସ,ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ, ବିଜୟ ପ୍ରଧାନ, ବାପି ପ୍ରଧାନ,ଭବାନୀ ଶଙ୍କର ପଣ୍ଡା,ପ୍ରଶାନ୍ତ ପୂଜାରୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।   ଯଜ୍ଞକୁଣ୍ଡ ସ୍ଥଳରେ ମୁଖ୍ୟ  କର୍ତ୍ତା ରୂପେ ଗୈାରାଙ୍ଗ ସାହୁ ଓ ତାଙ୍କ ସହଧର୍ମିଣୀ କୁମୁଦିନୀ ସାହୁ ଙ୍କ ସମେତ ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଓ ତାଙ୍କ ସହଧର୍ମିଣୀ ସଙ୍ଗୀତା ତ୍ରିପାଠୀ , ଶିକ୍ଷକ ସୁବ୍ରତ କୁମାର ପାଢୀ ଓ ସଂଯୁକ୍ତା ପାଳ , ପ୍ରଦୀପ ପଣ୍ଡା ଓ ମନୀକା ପଣ୍ଡା , ରମା ବଲ୍ଲଭ ପଣ୍ଡା ଓ ସୁକାନ୍ତି ପଣ୍ଡା ପ୍ରମୁଖ ଯଜ୍ଞକର୍ତ୍ତା ରୂପେ ଆସନ ଅଳଙ୍କୃତ କରିଥିଲେ ।ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ଯଜ୍ଞ ସ୍ଥଳରେ ଦେବତାଙ୍କ ଧ୍ୟାନାଧିବାସ ପୂଜାର୍ଚ୍ଚନା କରିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।   ମହାଯଜ୍ଞ ପରିଚାଳନା କମିଟି ଉପଦେଷ୍ଟା ପୂର୍ବତନ ଏନଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, ପ୍ରମୋଦ ପାଣିଗ୍ରାହୀ, ଭି.ଧର୍ମ ରାଜୁ,ରାମନାଥ ବିଷୋୟୀ, କାଉନସିଲର ଦୀପକ ମିଶ୍ର,ନୀଳମାଧବ ଗୌଡ଼, ବିଚିତ୍ରାନନ୍ଦ ପଟ୍ଟନାୟକ, କମିଟିଉପ ସଭାପତି ବସନ୍ତ ପଟ୍ଟନାୟକ , କେ. ତାରକେଶ୍ୱର ଦୋରା , ଏସ୍ .ଗାନ୍ଧୀ , ସୁଶାନ୍ତ ପ୍ରଧାନ , ସମ୍ପାଦକ ସୁରେନ୍ଦ୍ର ବିଷୋୟୀ , ସହ-ସମ୍ପାଦକ ବିପ୍ରଚରଣ ସେଠୀ , ନିରାକାର ପ୍ରଧାନ , ହର୍ଷ ପ୍ରଧାନ ଏବଂ କୋଷାଧ୍ୟକ୍ଷ କୋରେଶୁ ସେଠୀ , କାର୍ଯ୍ୟକର୍ତ୍ତା ଅର୍ଦ୍ଦୁ.ଗୋବିନ୍ଦ , ଭଗବାନ ଦୋରା  , ଶଙ୍କର ପାଢ଼ୀ , କ୍ଷେତ୍ରବାସୀ ପ୍ରଧାନ , ପଞ୍ଚାନନ ସ୍ବାଇଁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।  ଏହି  ମହାଯଜ୍ଞ ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ତିଥି ୨୮ ତାରିଖ ଗୁରୁବାର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ