୨୪ଦିନରେ ପହଞ୍ଚିଲା ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା

ଛତ୍ରପୁର (ଓ୍ବାଇଏନଏସ)  : ଛତ୍ରପୁର ର ଆରାଧ୍ୟ ଦେବି ମା ରାମାୟଣାମ୍ମା ଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର l  ବୁଧବାର ଯାତ୍ରାର ୨୪ଦିନ ଅବସରରେ  ଯାତ୍ରା କମିଟି ମ୍ୟାନଜର ସିଏଚ ଦୟାନନ୍ଦ ରେଡ୍ଡୀ ଙ୍କ ବାସ ଭବନ ଯାଇ ମା ସ୍ୱତନ୍ତ୍ର ଭୋଗ ଗ୍ରହଣ କରିଛନ୍ତି l ବିରାଟ ପଟୁଆର ରେ ମା ଅସ୍ଥାୟୀ ମଣ୍ଡପରୁ ବାହାରି ମାଙ୍କ ଘଟ ନଗର ପରିକ୍ରମା କରିଥିଲେ l ଗତ ମେ ମାସ ୪ ତାରିଖରୁ ମା ଙ୍କ ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ଜୁନ ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ l ମା ଙ୍କ ଯାତ୍ରା ଅବସରରେ ଛତ୍ରପୁର ଅନସ୍ଲୋ ଖେଳ ପଡିଆ ଠାରେ ରାମଦୋଳି ଓ ମିନା ବଜାର ଖୋଲାଯାଇଥିବା ବେଳେ ଲୋକେ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଛି l ମା ଙ୍କ ଯାତ୍ରା ପାଇଁ ସାରା ସହର ଚଳ ଚଞ୍ଚଳ ହୋଇପଡିଥିବା ବେଳେ ସହରର ସମସ୍ତ ପ୍ରବେଶ ପଥକୁ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି | ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି | ଆସନ୍ତା ୧ ରୁ ୫ ତାରିଖ ପ୍ରଯ୍ୟନ୍ତ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ ଯାହାକି ଯାତ୍ରା କୁ ଆହୁରି ଆକର୍ଷଣ କରିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ