ଶିକ୍ଷାବିତ ଦାମୋଦର ପାଢ଼ୀଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ ଡ଼ଅଁର ଗ୍ରାମର ସୁନାମଧନ୍ୟ ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ପାଢ଼ୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ସେ ଡ଼ଅଁର ଓ ଶାଳଣିଆଁ ସ୍କୁଲରେ ଶିକ୍ଷକତା କରି ଚାକିରିରୁ ଅବସର ନେବା ପରେ ସାଇ ସଂଗଠନ ର ଆଗଧାଡିର କର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ଆଖପାଖ ଅଞ୍ଚଳର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନେଇ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ପୁତ୍ର ଅରବିନ୍ଦ ପାଢୀ, ବିବେକାନନ୍ଦ ପାଢି,ଶ୍ରଦ୍ଧାନନ୍ଦ ପାଢ଼ୀ ଙ୍କ ସମେତ ବନ୍ଧୁ ଓ ପରିଜନ ମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ