ଅସ୍ତରଙ୍ଗ ବ୍ଲକ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସାଜିଛି ଆମ ବସ ରହଣି ସ୍ଥାନ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ପୂର୍ବ ସରକାର ଅମଳରେ ଗ୍ରାମାଞ୍ଚଳରୁ ବ୍ଲକକୁ ସହଜରେ କମ୍ ଅର୍ଥ ଦେୟ ଦ୍ୱାରା ସାଧାରଣ ଲୋକ ଯା ‘ଆସ ପାଈଁ ଲକ୍ଷ୍ମୀବସ ପ୍ରଚଳନ କରାଯାଇଥିଲା। ଯେଉଁଥି ପାଈଁ କୋଟି କୋଟି ଟଙ୍କା ବ୍ୟୟରେ ପ୍ରତ୍ୟେକ ପଂଚାୟତରେ ଏକ ରୁ ଅଧିକ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ସରକାର ତରଫରୁ ଘୋଷଣା ହୋଇଥିଲା। ଲକ୍ଷ ଥିଲା କମ୍ ଅର୍ଥ (୫ଟଙ୍କା )ବ୍ୟୟ କରି ଲୋକ ମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସରକାରଙ୍କ ଜନହିତକର କାର୍ଯ୍ୟକୁ ହାତେଇ ପାରିବେ। ସରକାର ବଦଳିବା ପରେ ମୋ ସରକାରରୁ ଆମ ସରକାର ହେଲା। ଲକ୍ଷ୍ମୀ ବସରୁ ଆମ ବସରେ ପରିଣତ ହେଲା। ପ୍ରତି ପଂଚାୟତ ରେ ଗୋଟିଏ ଦୁଇଟି ଲେଖାଏଁ ଯାତ୍ରୀଙ୍କ ଯିବା ଆସିବା ପାଈଁ ବସ ଷ୍ଟପେଜ ପାଈଁ ସରକାର ଘୋଷଣା କଲେ। କିନ୍ତୁ ଅସ୍ତରଙ୍ଗ ବ୍ଲକ ବ୍ୟତୀତ ଅନ୍ୟ ବ୍ଲକ ତଥା ନିକଟ କାକଟପୁର ବ୍ଲକର ବିଭିନ୍ନ ପଂଚାୟତ ରେ ହୋଇଥିବା ବେଳେ ଅସ୍ତରଙ୍ଗ ବ୍ଲକ ଅଧୀନ କୌଣସି ପଂଚାୟତ ରେ ବସ ଷ୍ଟପେଜ ଦେଖିବାକୁ ମିଳୁନାହିଁ। ସରକାରୀ ସ୍ତରରୁ ଏପରିକି ୧ଲକ୍ଷ ରୁ ଆରମ୍ଭ କରି ୬ଲକ୍ଷ ପର୍ଯ୍ୟନ୍ତ ଯାତ୍ରୀ ବିଶ୍ରାମଗାର ନାମରେ ବ୍ୟୟ ହେବା ପାଈଁ ସରକାରୀ ସ୍ତରରେ ଘୋଷଣା ହୋଇଥିଲା। କିନ୍ତୁ କାହିଁକି ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଂଚାୟତ ରେ ଏହା ନିର୍ମାଣ ହୋଇନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅସ୍ତରଙ୍ଗ ବ୍ଲକରେ ଆମ ବସ ପାଈଁ ଏକ ବସଷ୍ଟାଣ୍ଡ ନଥିବାରୁ ଅସ୍ତରଙ୍ଗ ବ୍ଲକ ପାର୍ଶ୍ୱବର୍ତ୍ତୀ ଅଂଚଳ ଯଥା କେତେବେଳେ ଜାଗୁଳାଇ ପଡିଆ ତ ଆଉ କେତେବେଳେ ବ୍ଲକ ପଡିଆରେ ରହୁଛି। ଏହା ସହ ଦିନ ସମୟରେ ଥାନା ସାମ୍ନାରେ ଥୁଆ ହେବାରୁ ଅନେକ ଲୋକ ଯାତାୟାତ ସହ ଭିଡ଼ ହେବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ କାର୍ଯ୍ୟରେ ଲାଗିବା ପୂର୍ବରୁ ତାହା ନଷ୍ଟ ହୋଇଯାଉଥିବା ବେଳେ ଅନେକସ୍ଥାନରେ ନିର୍ମାଣ ହେଉ ନାହିଁ। ଏ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ