ଓଭର ପିଛା ଡିଲ ହେଉଛି ଟଙ୍କା : ଯୁବ ପିଢ଼ିଙ୍କୁ କ୍ରିକେଟ ବେଟିଂ ନିଶା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ମାଳ ମାଳ ୱେବସାଇଟି। ଗୋଟିଏ ବନ୍ଦ ହେଲେ ଆଉ ଗୋଟିଏ ଖୋଲୁଛି। ସେଥିରେ ପୁଣି କିଏ ଭିପିଏନ ଅନ କରି ବ୍ୟବହାର କରୁଛନ୍ତି ତ ଆଉ କିଏ ଟଙ୍କା କମାଇବା ଆଶାରେ ଲିଙ୍କ ସେୟାର କରୁଛନ୍ତି। ଯାହାକୁ ଖୋଲି ମନଇଚ୍ଛା ଟଙ୍କା ଲଗାଇ ପାରୁଛନ୍ତି । ଗୋଟିଏ ଓଭରରେ ଅନୁମାନ କରିଥିବା ରନ ହାସଲ ହେଲେ ଲଗାଇଥିବା ଟଙ୍କାର ଦେଢ଼ଗୁଣା ମିଳୁଛି । ଏହି ଲୋଭ ପ୍ରଥମେ ଶହେ ଟଙ୍କାରୁ ଆରମ୍ଭ ହୋଇ ବଢ଼ି ଚାଲୁଛି ଏକ ହଜାର ଆଡକୁ ।ପରବର୍ତୀ ସମୟରେ ୱେବସାଇଟି ରେ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟୁ ଟଙ୍କା କ୍ଷଣିକ ରେ ଉଡିଯାଉଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଂଚଳର ବିଭିନ୍ନ ଗ୍ରାମାଞ୍ଚଳ ହେଉ କି ଚା “ଖଟିରେ ସନ୍ଧ୍ୟାହେଲେ ଜମୁଛି । ଯାହାକି ସମ୍ପୂର୍ଣ୍ଣ ଭାବେ ବେଟିଂ ନିଶାରେ ମାତିଛନ୍ତି ଯୁବପିଢ଼ି। ବିଶେଷକରି ଆଇପିଏଲ ଶେଷ ପର୍ଯ୍ୟାୟରେ ପହଂଚିଥିଲା ବେଳେ ଏହାର କ୍ରେଜକୁ ନେଇ ମଧ୍ୟ ଅନଲାଇନି ରେ ବେଟିଂ ପ୍ରକ୍ରିୟା ବ୍ୟାପକ ମାତ୍ରାରେ ବଢିଛି । ଦୈନିକ କୋଟି କୋଟି ଲୋକ ଅନଲାଇନି ରେ ଆଇପିଏଲ ମ୍ୟାଚ ଦେଖୁଛନ୍ତି। ବିଶେଷ କରି ଏବେ ସମସ୍ତେ ମୋବାଇଲିରେ ଏହି ମ୍ୟାଚ ପରିବେଷଣ ହେଉଥିଲା ବେଳେ ସମସ୍ତେ ଏହାକୁ ଦେଖୁଛନ୍ତି। ଏହାରି ମଧ୍ୟରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ବିଭିନ୍ନ ଗାଁ ଗାଁରେ, ଛକ ଛକରେ ଅନଲାଇନି ବେଟିଂ ନିଶା ଏବେ ସମସ୍ତଙ୍କ ନିଜ ଜାଲରେ ଜାବୁଡି ଧରିସାରିଲାଣି। କାରଣ ଜଣେ ଆଉ ଜଣକୁ ଏଥିରେ ସାମିଲ କରାଇଲେ କ୍ୟାସ ବ୍ୟାକର ଲୋଭ ଦେଖାଉଛନ୍ତି ସାଇବର ଲୁଟେରା । ଏଥିପାଇଁ ଲେଜର ୨୪୭, ୧୧ଏକ୍ସ ପ୍ଲେ ଭଳି ଅନେକ ୱେବସାଇଟି ଚାଲିଛି ବେଟିଂ। ବେଟିଂ କରିବାକୁ ହେଲେ ପ୍ରଥମେ ଆଇଡି ତିଆରି କରିବାକୁ ପଡୁଛି। ସେଥି ପାଈଁ ୨ଶହ ରୁ ୩ଶହ ଟଙ୍କା ରୁ ଅଧିକ ଟଙ୍କା ଦାଖଲ କରିବାକୁ ପଡୁଛି। ଏହା ପରେ ଆରମ୍ଭ ହୋଇଯାଉଛି ବେଟିଂ ପ୍ରକ୍ରିୟା । ଖେଳାଳି ପିଛା ଟଙ୍କା ଲାଗିବା ଶହ ଓଭର ପିଛା ମଧ୍ୟ ଟଙ୍କା ଲଗାଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳ ଖଟି ଜାଗାରେ ଓ ବଜାର ବିଭିନ୍ନ ଚା ଦୋକାନ ନିକଟରେ ଏଭଳି ବେଟିଂ ଖେଳ ହେଉଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ