ଗୋଚର ଜମିରେ ପୋଖରୀ କରିବାକୁ ପ୍ରୟାସ : ମେସିନରେ ଖୋଳି ପଛରେ ମନରେଗା ବିଲ କରିବାକୁ ଚାଲିଛି ମସୁଧା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କିଛି ମାସ ହେବ ଅସ୍ତରଙ୍ଗ ତହସିଲ ଅଂଚଳରେ ଗୋଚର ଜମିରେ ପୋଖରୀ ଖୋଳି ପଛରେ ମନରେଗା ବିଲ ପାଈଁ ଅନେକ ମସୁଧା ଚାଲୁଥିବା ବେଳେ ଏବେ ସାମ୍ନାକୁ ଆସିଛି ସରକାରୀ ନିୟମ ଉଲ୍ଲଘଂନ କରି ଗୋଚର ଜମିକୁ ମେସିନ ସହାୟତା ରେ ଦିନରାତି ମାଟି ଉତ୍ତୋଳନ କରି ପୋଖରୀ କରାଯାଉଛି। ଏମିତି ଏକ ଘଟଣା କୁ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ସରିପୁର ପଂଚାୟତ ଅନ୍ତର୍ଗତ କୁଣ୍ଡେଶ୍ୱର ଅଂଚଳରେ ଏକ ଗୋଚର ଜମିରେ ସ୍ଥାନୀୟ ସରପଞ୍ଚ ଙ୍କ ନିର୍ଦେଶ ସହ କିଛି ବ୍ୟକ୍ତିବିଶେଷ ମେସିନ ଲଗାଇ ପୋଖରୀ ଖୋଳା ଜାରିରଖିଥିଲେ। ଗୋଚର ଜମିରେ ବେଆଇନି ପୋଖରୀ ଖୋଳା କୁ ନେଇ କୁଣ୍ଡେଶ୍ୱର ଗ୍ରାମର ଅଧିବାସୀ ଏକ ଲିଖିତ ଅଭିଯୋଗ ବୁଧବାର ସ୍ଥାନୀୟ ତହସିଲଦାର ଙ୍କୁ ଦେବା ପରେ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ନିର୍ଦେଶ କ୍ରମେ ଖନନ ଜାରିରହିଥିବା ସ୍ଥାନକୁ ରାଜ୍ଵସ ନିରୀକ୍ଷକ ଙ୍କୁ ଅନୁଧ୍ୟାନ କରିବାକୁ ପଠାଇବା ଶହ ପୋଖରୀ ଖୋଳା କୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ମାଟି ଖୋଳିବା ଲଘୁ ଖଣିଜ ଭାବେ ବିବେଚନା କରାଯାଏ। ଏହି ଉତ୍ତୋଳନ ଓ ପରିବହନ ପାଈଁ ଓଡିଶା ମାଇନର ମିନେରାଲ କନସେସନ ରୁଲ -୨୦୧୬(ଓଏମଏମସି )ଅଛି।ଗୋଚର ଜମିରେ ପୋଖରୀ ଖୋଲିବାକୁ ତହସିଲଦାର ବନ୍ଦ ନିର୍ଦେଶ ଦେଇଥିବା ବେଳେ ଅନ୍ୟ ପଟେ ଅସ୍ତରଙ୍ଗ ବିଡ଼ିଓଙ୍କୁ ଚିଠି ନମ୍ବର ୨୨୭୭ରେ ଜଣାଇଛନ୍ତି, ଯେହେତୁ କାର୍ଯ୍ୟାନ୍ୱୟ ପ୍ରକଳ୍ପ ଟି ଆପଣଙ୍କ ଅଧିକାରକ୍ଷେତ୍ର ଅଧୀନ ରେ ଅଛି ବୋଲି କୁହାଯାଉଛି, ତେଣୁ ସକ୍ଷମ କରିବା ପାଈଁ ଗୋଚର ଜମିରେ ସରପଞ୍ଚ ସମେତ ସ୍ଥାନୀୟ ଲୋକ ଖୋଳିବାରକାରଣ ୫ଦିନ ମଧ୍ୟରେ ତହସିଲ କାର୍ଯ୍ୟାଳୟ କୁ ରିପୋର୍ଟ ଜଣାନ୍ତୁ ବୋଲି ତହସିଲଦାର ବିଡ଼ିଓ ଚିଠି ମାଧ୍ୟ୍ୟମରେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ