ପୁରୀରେ ଓଡିଶା ଅମଲା ସଂଘର ରାଜ୍ୟ ସମ୍ମିଳନୀ ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) :ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କ୍ୟାମ୍ପସ୍ ସମ୍ମିଳନୀ କକ୍ଷରେ ଓଡିଶା ଅମଲା ସଂଘର ୨ ଦିନିଆ ୧୭ତମ ରାଜ୍ୟ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି । ଅମଲା ସଂଘର ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ଓଡିଶାର ୩୦ଟି ଜିଲ୍ଲାରୁ ସଂଘର ସଦସ୍ୟମାନେ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଓଡିଶା ଅମଲା ସଂଘର ରାଜ୍ୟ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଆସନ୍ତା ୩ ବର୍ଷ ପାଇଁ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଓଡିଶା ଅମଲା ସଂଘର ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ତଥା ସୁସଂଗଠକ କିରଣ କୁମାର ପାଢୀଙ୍କୁ ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ଆଗାମୀ ୩ ବର୍ଷ ପାଇଁ ସଂଗଠନର ରାଜ୍ୟ କାର୍ଯ୍ୟକାରୀ ସଭାପତି ରୂପେ ଚୟନ କରାଯାଇଥିବା ଜଣାପଡିଛି । ଓଡିଶା ଅମଲା ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ରୂପେ ଚୟନ ହୋଇଥିବା ସୁସଂଗଠକ କିରଣ କୁମାର ପାଢୀଙ୍କୁ ସଂଗଠନର ଗଞ୍ଜାମ ଶାଖାର ସକ୍ରିୟ ସଦସ୍ୟ ରଂଜନ କୁମାର ସ୍ୱାଇଁ, ଦେବରାଜ ସାହୁ, ବିଶ୍ୱନାଥ ପଣ୍ଡା, ସାରଦା ପ୍ରସନ୍ନ ନାୟକ, ଡି.ସୁରଜ, ଶ୍ରୀକାନ୍ତ କୁମାର ମହାପାତ୍ର, ବିଭୁପ୍ରସାଦ ପ୍ରଧାନ, ବ୍ରଜବନ୍ଧୁ ଦାଶ, ଦୟନାଧି ପାଢୀଙ୍କ ସମେତ ବହୁ ସଦସ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି । ଓଡିଶା ଅମଲା ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ରୂପେ ମନୋନୀତ ହୋଇଥିବା ସୁସଂଗଠକ କିରଣ କୁମାର ପାଢୀ ଏହି ନିଯୁକ୍ତି ପାଇଁ ସଂଗଠନର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା, ରାଜ୍ୟ ସଭାପତି ଜ୍ଞାନ ରଂଜନ ଦାଶ, ସାଧାରଣ ସଂପାଦକ ଚିତ୍ତରଂଜନ ତରାସିଆ, ସଂଗଠନ ସଂପାଦକ ବଳିୟାରସିଂ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ମହାପାତ୍ର, ମିିଡିଆ ସଂଯୋଜକ ଗୋବିନ୍ଦ ଦଳାଇଙ୍କ ସମେତ ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସାଙ୍ଗକୁ ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସମସ୍ୟାର ସମାଧାନ ପାଇଁ ଏକ ମନ ଏକ ପ୍ରାଣରେ କାମ କରିବାକୁ ସହଯୋଗ କାମନା କରିଥିବା ଜଣାପଡିଛି ।


