କାଳବୈଶାଖୀର ତାଣ୍ଡବରେ ଅସ୍ତବ୍ୟସ୍ତ ଅଞ୍ଚଳ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ମାତ୍ର ୧୫ମିନିଟ ରେ ତାଣ୍ଡବ ରଚିଛି କାଳବୈଶାଖୀ । ପ୍ରବଳ ଝଡ଼ ବର୍ଷା ହୋଇଛି। ଏଥିରେ ଅସ୍ତରଙ୍ଗ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ୧ଶହ ରୁ ଉର୍ଦ୍ଧ ଗଛ ଭାଙ୍ଗିଛି। ଏପରିକି ଅନେକ ଙ୍କ ଘରର ଆଜବେଷ୍ଟ ଉଡିଯାଇଛି। ଗଛ ଭାଙ୍ଗିବା ଯୋଗୁଁ କାକଟପୁର ରୁ ଅସ୍ତରଙ୍ଗ ମୁଖ୍ୟ ରାସ୍ତାରେ କିଛି ସମୟ ପାଈଁ ଯିବା ଆସିବା ବୁଧବାର ସନ୍ଧ୍ୟାରେ ବାଧାପ୍ରାପ୍ତ ହୋଇଥିଲା। ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଛନ୍ତି ଅଂଚଳବାସୀ। ପାରଦ ୩୮ଡିଗ୍ରୀ ଉପରେ ରହୁଥିବା ବେଳେ ଗୁଳୁଗୁଳି ଲୋକଙ୍କୁ କରିଛି ଅତିଷ୍ଠ। ତେବେ ବୁଧବାର ଦିନରେ ମଧ୍ୟ ପାଖାପାଖି ୪୦ଡିଗ୍ରୀ ଉପରେ ଥିବା ବେଳେ ହଠାତ ଅପରାହ୍ନ ରୁ ସନ୍ଧ୍ୟା ମଧ୍ୟରେ ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ଆସିଥିଲା। ଦେଖୁ ଦେଖୁ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ପବନ ବେଗ ଏତେ ଅଧିକ ଥିଲା ଯେ, ପୁରୀ ଜିଲ୍ଲାର କାକଟପୁର ରୁ ଅସ୍ତରଙ୍ଗ ମୁଖ୍ୟ ରାସ୍ତା ସଂଯୋଗ କରୁଥିବା ବାଟରେ ବିରାଟ କାୟ ଗଛ ଡାଳ ଭାଙ୍ଗିପଡିଥିବାରୁ ବୁଧବାର ସନ୍ଧ୍ୟାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।ସେହିପରି ବିଭିନ୍ନ ଗ୍ରାମରେ ଗଛ ମଧ୍ୟ ଭାଙ୍ଗି ବିଭିନ୍ନ ଲୋକ ଙ୍କ ଉପରେ ପଡିବା ଶହ ପବନ ବେଗ ଅଧିକ ହେତୁ ପୁରୁଣା ଆଜବେଷ୍ଟ ଭାଙ୍ଗିଦେଇଥିଲା। ଏହା ସହ ପ୍ରବଳ ପବନ ହେବାରୁ ଆମ୍ବ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି।ଖବର ପାଈଁ ଅସ୍ତରଙ୍ଗ ଅଗ୍ନିଶମ କେନ୍ଦ୍ର ଆଗ୍ନୀକ ମାନେ ପହଂଚି ଗଛ କଟା ଶହ ରାସ୍ତା ସଫା କରିବାକୁ ଯାତାୟତ ସ୍ୱାଭାବିକ ହୋଇଥିଲା। କାଳବୈଶାଖୀ ରେ ବିଦ୍ୟୁତ ଖୁଣ୍ଟ ଗୁଡିକ ଭାଙ୍ଗି ତାର ଛିଣ୍ଡି ଯାଇଥିବାରୁ ଅନେକ ଅଂଚଳ ଅନ୍ଧାର ରେ ରହିଥିଲା।


