ସୁନାମି ମୁକାବିଲା ପାଇଁ ମକଡ୍ରିଲ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ଅଞ୍ଚଳବାସୀ

କାକଟପୁର,(ଶୁଭାଶିଷ ଖଣ୍ଡୁଆଳ):ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଥାଏ, ତେବେ ଏହାକୁ ନ ରୋକି ପାରିଲେ ମଧ୍ୟ ସଚେତନତା ଦ୍ୱାରା ଏଥିରୁ ସୁରକ୍ଷିତ ରହିପାରିବା ହେଲେ କାକଟପୁର ବ୍ଲକ ଅନ୍ତର୍ଗତ ଜମରା ଓ ଗୋଧନପଡ଼ା ଗ୍ରାମରେ ଗ୍ରାମବାସୀଙ୍କ ବିନା ସୁନାମୀ ମକଡ୍ରିଲ ପ୍ରହସନ ପାଲଟିଥିଲା । ଯାହା ଫଳରେ ଗ୍ରାମ କମିଟି ଓ ଯୁବକ ସଂଘ ପକ୍ଷରୁ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ପ୍ରଶାସନ ଓ କାକଟପୁର ବ୍ଳକ ପକ୍ଷରୁ ସୁନାମୀ ପ୍ରବଣ ଗ୍ରାମ ଭାବରେ ଚିହ୍ନଟ ହୋଇଥିବା ଜମରା ଓ ଗୋଧନପଡ଼ା ଗ୍ରାମରେ ମକଡ୍ରିଲ ପାଇଁ ନିର୍ଦେଶ ହୋଇଥିଲା । କିନ୍ତୁ ସରକାରୀ ନିର୍ଦେଶ ଓ ନିୟମାବଳୀକୁ ବେଖାତିର କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋପାମୁଦ୍ରା ପ୍ରଧାନ ଗ୍ରାମବାସୀ, ଗ୍ରାମ୍ୟ କମିଟି, ଯୁବକ ସଂଘ, ସ୍ୱେଚ୍ଛାସେବୀ ମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ୍ ନକରି ସୁନାମୀ ମକଡ୍ରିଲ କରିଥିଲେ । କେବଳ କିଛି ମହିଳା ମାନଙ୍କୁ ନେଇ କାର୍ଯ୍ୟକ୍ରମ କରି ସରକାରୀ ନିର୍ଦ୍ଦେଶକୁ ବେଖାତିର୍ କରିବା ସହ ଅର୍ଥ ଲୁଟ କରିଥିବା ନେଇ ଗ୍ରାମ ବାସୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଗ୍ରାମ କମିଟି ସଭାପତି, ସମ୍ପାଦକ, ୱାର୍ଡ଼ ସଭ୍ୟ, ଯୁବକ ସଂଘ, ସ୍ୱେଚ୍ଛାସେବୀ ମାନଙ୍କୁ କାର୍ଯ୍ୟକ୍ରମକୁ ଡକା ଯାଇ ନଥିଲା । ଯାହାକୁ ନେଇ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବିଡ଼ିଓ ମହିଳା ଅଛନ୍ତି ମାନେ ଗାଁ ବିକାଶ ହେବ କହି କଥାକୁ ଆଡେଇ ଦେଇଥିଲେ । ଜମରା ଗ୍ରାମର ୪୦ ଜଣ ମହିଳା ସାମିଲ ଥିବା ବେଳେ ଗୋଧନପଡା ଗ୍ରାମର ମାତ୍ର ୨୦ ମହିଳା ଥିଲେ । କୌଣସି ପୁରୁଷ ଲୋକଙ୍କୁ ସାମିଲ କରାଯାଇନଥିଲା । ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀ ଓ ଡିଇଓ ସମସ୍ତେ ମହିଳା ହେଇଥିବାରୁ ପୁରୁଷ ମାନଙ୍କୁ ସାମିଲ ନକରି ଅର୍ଥ ହଡପ କରିବାକୁ ଚେଷ୍ଟା କରିଥିବା ଉଭୟ ଗ୍ରାମରେ ଆଲୋଚନା ହେଉଛି । ୨୫ ହଜାର ଟଙ୍କା ଲେଖାଏଁ ଉଭୟ ଗ୍ରାମକୁ ଆସିଥିବା ବେଳେ ତାହାକୁ ଚଞ୍ଚକତା କରାଯାଇ ହଡ଼ପ କରାଯାଉଛି । ଜମରା ଗ୍ରାମ ଶେଷରେ କୌଣସି ଗ୍ରାମ କି ରାସ୍ତା ନଥିବା ବେଳେ ଗହିର ବିଲ ପଟକୁ ସୁନାମୀ ଆଶ୍ରୟ ସ୍ଥଳୀକୁ ରାସ୍ତା ବୋଲି ଫଳକ ମରା ଯାଇଛି । ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଆଲୋଚନା ହେଉଛି। ଏହା କେବଳ ପ୍ରହସନ ପାଲଟିଛି ବୋଲି ଉଭୟ ଗ୍ରାମବାସୀ ମାନେ ଅଭିଯୋଗ କରି ନିନ୍ଦା ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲାପାଳ ତଦନ୍ତ କରି ନିର୍ବହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟ ପଞ୍ଚାୟତକୁ ବଦଳି କରିବାକୁ ଦାବି କରିଛନ୍ତି । ପୂର୍ବରୁ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭତ୍ତା ବଣ୍ଟନ ବେଳେ ବୃଦ୍ଧ ବୃଦ୍ଧା ମାନଙ୍କୁ ଅପମାନ ଜନକ କଥାବାର୍ତ୍ତା ଓ କାର୍ଯ୍ୟାଳୟକୁ ଠିକ୍ ସମୟରେ ଆସୁ ନଥିବା ଅଭିଯୋଗ ହୋଇଥିଲା । କିନ୍ତୁ କାକଟପୁର ବିଡ଼ିଓ ତାଙ୍କୁ ଘଣ୍ଟ ଘୋଡାଉଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ