ଆଜିଠୁ ଆରମ୍ଭ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର)
ଛତ୍ରପୁର, (ଓ୍ବାଇଏନଏସ): ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର ) ଆଜିଠୁ ଆସନ୍ତା ୨୮ ପ୍ରର୍ଯ୍ୟନ୍ତ ଘରକୁ ଘର ବୁଲୁଛନ୍ତି ବିଏଲଓ , ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା କ୍ଷେତ୍ରରେ ୩୧୨୪ ଜଣ ବିଏଲଓ , ୩୧୧ ଜଣ ବିଏଲଓ ସୁପରଭାଇଜର ରହିଥିବା ବେଳେ ଏମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୭୯ ଜଣ ଏଇଆରଓ ଓ ୧୩ ଜଣ ଇଆରଓ(ଭୋଟର ପଞ୍ଜିକରଣ ଅଧିକାରୀ ନିଯୁକ୍ତି ହୋଇଛନ୍ତି | ରାଜ୍ୟରେ ଏକ ସ୍ୱଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୂତ କରିବା ଲକ୍ଷ୍ୟରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଗଞ୍ଜାମ ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଜୋରଦାର କରିଛି । ଏହି ଅଭିଯାନର ମାଧ୍ୟମରେ ବିଶେଷ କରି ନୂତନ ଭୋଟରଙ୍କ ନାମ ପଞ୍ଜିକରଣ, ଅଯୋଗ୍ୟଙ୍କୁ ବାଦ ଦେବା , ମୃତ୍ୟୁ ବ୍ୟକ୍ତିଙ୍କ ନାମ ବାଦ , ନକଲି ନାମ ଗୁଡିକୁ ଚିହ୍ନଟ କରି ତାଲିକାରୁ ବାଦ ସହ ତାଲିକାରେ ଥିବା ତ୍ରୁଟି ସଂଶୋଧନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ଠାରୁ ଘରକୁ ଘର ବୁଲୁଛନ୍ତି ବିଏଲଓ । ଆଜି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ବାସଭବନକୁ ଯାଇ ଫର୍ମ ପ୍ରଦାନ କରିଛନ୍ତି | ପରେ ନିଜେ ଜିଲ୍ଲାପାଳ ଛତ୍ରପୁର ସହର ର ତିରୁପତିପେଟା ସାହି ର ବସନ୍ତ କୁମାର ବେହେରା ଙ୍କ ସହିତ ଅବ୍ୟାନ୍ୟ ଘର କୁ ବୁଲି ଫର୍ମ ପ୍ରଦାନ କରିବା ସହ ଏସ ଆଇ ଆର ସମ୍ପର୍କରେ ବୁଝାଇଥିଲେ | ଏହି ଅବସର ରେ ଛତ୍ରପୁର ପୌରପରିଷଦ ର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦାଶ, ବିଏଲଓ ଏବଂ ବିଏଲଓ ସୁପଭାଇଜର ମାନେ ଉପସ୍ଥିତ ଥିଲେ l ଆଜି ଠାରୁ ୨୮ ଜୁନ ପ୍ରର୍ଯ୍ୟନ୍ତ ବିଏଲଓଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କରୁଛନ୍ତି । ୫ ଜୁଲାଇରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବ । ୫ ଜୁଲାଇ ରୁ ୪ ଅଗଷ୍ଟ ପ୍ରର୍ଯ୍ୟନ୍ତ ଦାବି ଓ ଆପତି ଦାଖଲର ସମୟସୀମା ରହିଛି । ୫ ଜୁଲାଇ ରୁ ୨ ସେପ୍ଟମ୍ବର ପ୍ରର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ, ଦାବୀ ଓ ଆପତି ନିଷ୍ପତି ରହିଥିବା ବେଳେ ୬ ସେପ୍ଟମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ । ଏହି ଅବସରରେ ଜିଲାପାଳ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଛ ଓ ଅଦ୍ୟତନ କରିବା ଏସଆଇଆର ୨୦୨୬ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ସୀମା ଘୋଷଣା କରାଯାଇଛି । ତେଣୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଅନୁରୋଧ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ଭୋଟର ତଥ୍ୟ ଯାଂଚ କରିବା ସହ ଆବଶ୍ୟକ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି । ସଠିକ ଭୋଟର ତାଲିକ ହେଉଛି ଶକ୍ତିଶାଳୀ ଗଣତନ୍ତ୍ରର ଭିତି । ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବର ଜାରି ରହିଛି ।ଜିଲାରେ ୩୦ ଲକ୍ଷରୁ ଉର୍ଦ୍ଧ ଭୋଟର ରହିଥିବା ବେଳେ ୧୨ଶହ ଭୋଟରକୁ ନେଇ ଗୋଟିଏ ବୁଥ ରହିଛି । ୯୭ ପ୍ରତିଶତ ବର୍ତମାନ ସୁଦ୍ଧା ଭୋଟରଙ୍କ ମ୍ୟାପିଙ୍ଗ ସରିଛି । ଏହି ଏସଆଇଆର ପାଇଁ ପ୍ରଶାସନ ପକ୍ଷରୁ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ତାଲିମ ଦିଆସରିଛି ।


